ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ମହିଳା ସଂରକ୍ଷଣ ବିଲକୁ ନେଇ ରାଜନୀତି ସରଗରମ । ଏହା ମଧ୍ୟରେ କଂଗ୍ରେସ ସାଂସଦ ସପ୍ତଗିରି ଉଲାକ ବିଜେପି ସରକାରଙ୍କୁ ଟାର୍ଗେଟ କରିଥିବାର ଦେଖିବାକୁ ମିଳିଛି । ତେବେ ୨୦୨୩ରେ ମହିଳା ବିଲ୍ ପାସ୍ କଲେ । ହେଲେ ୩ ବର୍ଷ ପରେ ବି ବିଲ୍ ପାସ୍ ନେଇ ବିଜ୍ଞପ୍ତି ପ୍ରକାଶ କଲେନାହିଁ । ଏଥିରୁ ସ୍ପଷ୍ଟ ଯେ ମହିଳାଙ୍କ ପାଇଁ ବିଜେପି କେତେ ଚିନ୍ତିତ । ମହିଳାଙ୍କୁ ବିଜେପି କେବେ ସମ୍ମାନ ଦିଏନାହିଁ ବୋଲି କଂଗ୍ରେସ ସାଂସଦ ସପ୍ତଗିରି ଉଲାକ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, ୨୦୧୧ ଜନଗଣନା ଆଧାରରେ କରାଯାଇଥିଲେ ଓଡ଼ିଶାର କ୍ଷତି ହୋଇଥାନ୍ତା । ବିଜେପି କେବେ ମହିଳା ସଂରକ୍ଷଣ ଚାହୁଁନାହିଁ । ସୀମା ପୁନଃ ନିର୍ଦ୍ଧାରଣ ନେଇ ବିଜେପି ଆଭିମୁଖ୍ୟ ସନ୍ଦେହରେ ଥିଲା । ସୀମା ପୁନଃ ନିର୍ଦ୍ଧାରଣ ପୂର୍ବରୁ ଜାତିଭିତ୍ତିକ ଜନ ଗଣନା କରାଯାଉ । କଂଗ୍ରେସ ମହିଳା ପାଇଁ କ’ଣ କରିଛି ତାହା ବଖାଣିଛନ୍ତି ସାଂସଦ ସପ୍ତଗିରି ଉଲାକା । ଯଦି ମହିଳାଙ୍କୁ ନେଇ ବିଜେପି ସରକାର ଏତେ ଚିନ୍ତିତ ଅଛନ୍ତି ତେବେ ଆସନ୍ତାକାଲି ମହିଳା ବିଲ୍ ଆଣନ୍ତୁ । ଆମେ ତାଙ୍କୁ ସମର୍ଥନ କରିବୁ । ମହିଳାଙ୍କୁ ଢାଲ କରି ଯେଉଁସବୁ ରାଜ୍ୟରେ ନିର୍ବାଚନ ଅଛି ସେଥିରେ ଫାଇଦା ନେବାକୁ ଚାହୁଁଥିଲେ । ସେପଟେ କଂଗ୍ରେସ ରାଜ୍ୟ ସ୍ତରରୁ ଜିଲ୍ଲା ସ୍ତରଯାଏ ସାମ୍ବାଦିକ ସମ୍ମିଳନୀ କରି ଲୋକଙ୍କୁ ବିଜେପି ମହିଳା ମାରଣ ନୀତି ବୁଝାଇବ । ୨୫ରେ ମହିଳା ସାଂସଦ ରଂଜିତ ରଂଜନ ଓଡ଼ିଶାରେ ସାମ୍ବାଦିକ ସମ୍ମିଳନୀ କରିବେ । ବିଜେପିର ମହିଳା ମିଛକୁ ଓଡ଼ିଶାବାସୀଙ୍କୁ ଜଣାଇବ କଂଗ୍ରେସ ବୋଲି ସପ୍ତଗିରି ଉଲାକା କହିଛନ୍ତି ।