ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କଟକରେ ମୋକିମ ଏବଂ ସୋଫିଆଙ୍କୁ ଭେଟିଲେ ଦିଲ୍ଲୀପ ରାୟ । ତେବେ ଦିଲ୍ଲୀପ ରାୟ ମା କଟକ ଚଣ୍ଡୀଙ୍କ ଦର୍ଶନ କରିବା ପରେ ସିଧା ମୋକିମଙ୍କ ବାସଭବନକୁ ଯାଇଥିଲେ। ସେଠାରେ ଦିଲ୍ଲୀପ ରାୟ ମୋକିମ୍ ଓ ସୋଫିଆଙ୍କୁ ଭେଟି ବେଶ୍ କିଛି ସମୟ ଆଲୋଚନା କରିଥିଲେ। ଏହି ସାକ୍ଷାତ ଆଲୋଚନା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଦିଲ୍ଲୀପ କହିଛନ୍ତି,ମତେ ଭୋଟ ଦେଇ ଥିବାରୁ ମୁଁ କେବଳ କୃତଜ୍ଞତା ଜଣାଇବାକୁ ଆସିଥିଲି। ସୋଫିଆ ଓ ମୋକିମ୍ ଭାଇଙ୍କ ସହଯୋଗ ପାଇଁ ମୋର ଵିଜୟ ହେଲା। ତେଣୁ ତାଙ୍କୁ କୃତଜ୍ଞତା ଜଣାଇଵା ମୋର କର୍ତ୍ତବ୍ୟ । ଏହି ଗସ୍ତରେ କୌଣସି ରାଜନୈତିକି ଉଦ୍ଦେଶ୍ୟ ନାହିଁ ବୋଲି କହିଛନ୍ତି । ସେପଟେ ଦିଲ୍ଲୀପ ରାୟଙ୍କ ସହ ସାକ୍ଷାତ ନେଇ ମୋକିମ କହିଛନ୍ତି ଯେ, ଦିଲ୍ଲୀପ ରାୟଙ୍କ ସହିତ ମୋର ସମ୍ପର୍କ ବହୁ ପୁରୁଣା। ଏହା କୌଣସି ରାଜନୈତିକ ଗସ୍ତ ନ ଥିଲା। ଦିଲ୍ଲୀପ ରାୟ ମା କଟକ ଚଣ୍ଡୀଙ୍କ ଦର୍ଶନ ପାଇଁ ଆସିଥିଲେ। ତେଣୁ ଫୋନ କରି ଘରକୁ ଆସିଲେ ବୋଲି କହିଛନ୍ତି ।
