ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ବିଜେପି ବିଜୟ ଲାଭ କରିଛି । ହେଲେ ବିରୋଧୀ ନେତ୍ରୀ ମମତା ବାନାର୍ଜୀ ନିଜ ଜିଦ୍ ରେ ଅଟଳ ରହି ସବୁଦିନ କିଛି ନ କିଛି ବୟାନ ଦେଉଛନ୍ତି । ଯାହାକୁ ନେଇ ଚର୍ଚ୍ଚା ଜୋର୍ ଧରୁଛି । ଏହା ମଧ୍ୟରେ ଡିସମିସ୍ କରିବାର ଅଛି ତ କର, କିନ୍ତୁ ମୁଁ ଇସ୍ତଫା ଦେବି ନାହିଁ। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ ବି ନିଜ ଜିଦରେ ଅଟଳ ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ସେ ସ୍ପଷ୍ଟ ଶବ୍ଦରେ କହିଛନ୍ତି ଯେ, ଯାହା ବି ହେଉ ସେ ନିଜ ନିଷ୍ପତ୍ତିରେ ଅଟଳ ରହିବେ।

ଗତକାଲିଠୁ ଜାରି ଆଲୋଚନା ଓ ସରଗରମ ମଧ୍ୟରେ ବୁଧବାର ମମତା କହିଛନ୍ତି, ସେମାନେ ମୋତେ ହଟାଇ ଦିଅନ୍ତୁ। ମୁଁ ଚାହୁଁଛି ଏହା ଏକ କଳା ଦିନ ହୋଇ ରହୁ। ନିଜ ବିଧାୟକଙ୍କ ସହ ଅନୁଷ୍ଠିତ ବୈଠକରେ ବାନାର୍ଜୀ କହିଛନ୍ତି ଯେ, ପାର୍ଟି ଏପ୍ରିଲ ୨୯ରୁ ଜାରି ନିର୍ବାଚନୀ ହିଂସା ବିରୋଧରେ କୋର୍ଟ ଯିବେ ବୋଲି କହିଛନ୍ତି ।

ସେପଟେ ୨୦୨୬ ନିର୍ବାଚନ ପରିଣାମକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିବାକୁ ମମତା ନିଷ୍ପତ୍ତି ନେଇଛନ୍ତି। ବିଜେପି ଏବଂ ନିର୍ବାଚନ କମିଶନଙ୍କ ବିରୋଧରେ ସେ ନିର୍ବାଚନୀ ଅନିୟମିତତାର ଗୁରୁତର ଅଭିଯୋଗ ଆଣିଛନ୍ତି। ମମତା କହିଛନ୍ତି ଯେ ସେ ଏବଂ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ପୁଣିଥରେ କୋର୍ଟରେ ଓକିଲାତି ଆରମ୍ଭ କରିବେ ଏବଂ ନିର୍ବାଚନୀ ଲଢ଼େଇକୁ ଆଇନଗତ ଭାବେ ଜାରି ରଖିବେ। ନିଜ ନିଷ୍ପତ୍ତିରେ ଅଟଳ ରହି ମମତା କହିଛନ୍ତି ଯେ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ନାହିଁ।

ଏହି ଜନମତକୁ ଚୋରି କରାଯାଇଥିବା ମାଣ୍ଡେଟ ବୋଲି କହି ସେ ପଦରେ ରହି ପ୍ରତିବାଦ କରିବେ ବୋଲି କହିଛନ୍ତି । ଅନ୍ୟପଟେ ମମତା ସ୍ପଷ୍ଟ କରିଛନ୍ତି ଯେ ଯଦି କେନ୍ଦ୍ର ସରକାର ଚାହାଁନ୍ତି, ତେବେ ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଶାସନ ଲାଗୁ କରିପାରନ୍ତି। ଟିଏମସି ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀ ମଧ୍ୟ ନେତାମାନଙ୍କୁ ନିଜ ପଦରୁ ଇସ୍ତଫା ନଦେବାକୁ କହିଛନ୍ତି। ପଦବୀରେ ରହିବା ହିଁ ଏହି “ରିଗିଂ” ବିରୋଧରେ ପ୍ରକୃତ ପ୍ରତିବାଦ ହେବ ବୋଲି ଅଭିଷେକ କହିଛନ୍ତି।