ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପଶ୍ଚିମବଙ୍ଗ ରାଜନୀତି ଏକ ନୂଆ ମୋଡ ନେଇଛି । ଅନିବନିଆ ମୁଖ୍ୟମନ୍ତ୍ରୀ ରାଜ୍ୟକୁ ମିଳିବାକୁ ଯାଉଥିବାବେଳେ କିନ୍ତୁ ଚର୍ଚ୍ଚା ଏବେ ଶୁଭେନ୍ଦୁ ଅଧିକାରୀଙ୍କ ସହଯୋଗୀ ଚନ୍ଦ୍ରନାଥଙ୍କ ହତ୍ୟାକୁ ନେଇ । ଏହା ମଧ୍ୟରେ ଶୁଭେନ୍ଦୁ ଅଧିକାରୀଙ୍କ ବଡ ବୟାନ ସାମ୍ନାକୁ ଆସିଛି । ତେବେ ଶୁଭେନ୍ଦୁ କହିଛନ୍ତି, ତାଙ୍କୁ ହତ୍ୟା କରାଗଲା କାରଣ ସେ ମୋର ସହଯୋଗୀ ଥିଲେ ଏବଂ ମୁଁ ଭବାନୀପୁରରେ ମମତାଙ୍କୁ ହରାଇଥିବାରୁ ତାଙ୍କୁ ହତ୍ୟା କରାଗଲା।

ଏହା ହିଁ ଏହି ହତ୍ୟା କାଣ୍ଡର ମୁଳ କାରଣ ବୋଲି ଶୁଭେନ୍ଦୁ ଆଜି ରଥଙ୍କ ପରିବାର ସଦସ୍ୟଙ୍କୁ ଭେଟିବାପରେ ସାମ୍ବାଦିକମାନଙ୍କୁ କହିଛନ୍ତି। ବରାସତ ରାଜ୍ୟ ହସ୍ପିଟାଲରେ ରଥର ଶବ ବ୍ୟବଚ୍ଛେଦ ପରେ ଶୁଭେନ୍ଦୁ ଅଭିଯୋଗ କରିଛନ୍ତି, ପୂର୍ବତନ ବାୟୁ‌ସେନା ସଦସ୍ୟ ଯଦି ମୋର ବ୍ୟକ୍ତିଗତ ସହଯୋଗୀ ହୋଇନଥାନ୍ତେ ଏବଂ ଯଦି ମୁଁ ମମତାଙ୍କୁ ହରାଇନଥାନ୍ତି ତେବେ ହତ୍ୟାର ଶିକାର ହୋଇନଥାନ୍ତେ। ଶୁଭେନ୍ଦୁ କହିଛନ୍ତି, ଯେଭଳି ଭାବେ ଏହି ହତ୍ୟାକାଣ୍ଡ ଘଟିଛି ଆମେ ଯେତେ ନିନ୍ଦା କଲେ ବି ତାହା କମ୍‌ ହେବ।

ଯେଉଁମାନେ ଏହି ହତ୍ୟାକାଣ୍ଡ ଘଟାଇଛନ୍ତି ସେମାନଙ୍କୁ ଧରିବାପାଇଁ ଏବଂ ସେମାନଙ୍କୁ ସୁନିଶ୍ଚିତ ଦଣ୍ଡ ଦେବାପାଇଁ ମୁଁ ରଥଙ୍କ ପରିବାର ସଦସ୍ୟଙ୍କ ସହ ରହିଛି ଏବଂ ସେମାନଙ୍କୁ ଦୃଢ଼ ପ୍ରତିଶ୍ରୁତି ଦେଉଛି। ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଛି ଯେ ରଥଙ୍କ ଶରୀରରେ ୪ଟି ଗୁଳି ବାଜିଛି। ଏହି ହତ୍ୟା ପୂର୍ବ ପ୍ରାୟୋଜିତ। ଏହା ଏକ ବର୍ବର ହତ୍ୟାକାଣ୍ଡ ଏବଂ ଅତ୍ୟନ୍ତ ହୃଦୟ ବିଦାରକ ବୋଲି ଶୁଭେନ୍ଦୁ କହିଛନ୍ତି। ସେପଟେ ଉତ୍ତର ୨୪ ପ୍ରଗଣାର ମଧ୍ୟମଗ୍ରାମରେ ଗତକାଲି ଚନ୍ଦ୍ରନାଥ ରଥଙ୍କୁ ତାଙ୍କ ଘର ନିକଟରେ ହତ୍ୟା କରାଯାଇଥିଲା। ଉକ୍ତ ଘଟଣାର ତଦନ୍ତ ପାଇଁ ଏକ ସ୍ବତନ୍ତ୍ର ତଦନ୍ତକାରୀ ଟିମ୍‌ ଗଠନ ହୋଇଛି।