ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବାଲିଅନ୍ତା ହତ୍ୟାକାଣ୍ଡ ଘଟଣାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା । ବାଲିଅନ୍ତାରେ ଯୁବକଙ୍କୁ ପିଟିପିଟି ବର୍ବର ହତ୍ୟା ଘଟଣାରେ୫ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ। ଏହା ମଧ୍ୟରେ ପୀଡ଼ିତାଙ୍କ ବୟାନ ସାମ୍ନାକୁ ଆସିଛି । ତେବେ ସେ କହିଛନ୍ତି- ମୁ ଓ ମୋ ସାଙ୍ଗ ମାଉସୀ ଘର ଯାଉଥିଲୁ ବିପରୀତ ରାସ୍ତାରୁ ଅର୍ଥାତ ଭୁବନେଶ୍ୱର ଆଡ଼କୁ ଆସୁଥିଲେ। ସେମାନେ ପ୍ରଥମେ ଆମକୁ ଦେଖି ଚିଲାଇଲେ।

ଆମେ ପଛକୁ ଚାହିଁବାରୁ ପୁଣି ବାଇକ୍ ଆଣି ଆମ ସ୍କୁଟିକୁ ବାଡେଇଲେ। ଆମେ ଦୁହେଁ ପଡିଗଲୁ। ସେହି ସମୟରେ ସେମାନଙ୍କ ମଧ୍ୟରୁ ଜଣେ ମୋ ବେକକୁ ଚିପିଦେଲା। ଡ୍ରେସ ଚିରିଦେଲା। ମୁଁ ଓ ମୋ ସାଙ୍ଗ ଚିତ୍କାର କଲୁ। ତା ପରେ ସ୍ଥାନୀୟ ଲୋକ ଆମକୁ ରକ୍ଷା ପାଇଁ ଚାଲିଆସିଲେ। ସେ ଆହୁରି କହିଛନ୍ତି-ମୋତେ ଓ ମୋ ସାଙ୍ଗକୁ ୨ ଯୁବକ ଅସଦାଚରଣ କରିଥିଲେ। ଆଗରୁ ମୁଁ ସେମାନଙ୍କୁ କେବେ କେଉଁଠି ଦେଖିନଥିଲି।

ସ୍ଥାନୀୟ ଲୋକେ ଆସିଲେ ବୋଲି ମୁଁ ଆଜି ବଞ୍ଚିଛି ବୋଲି ଯୁବତୀଜଣକ କହିଛନ୍ତି। ତେଣୁ ପୋଲିସ ଘଟଣା ସ୍ଥଳରେ ଥିଲା, ସ୍ଥାନୀୟ ଲୋକେ ହତ୍ୟା କରିନାହାନ୍ତି ବୋଲି ଯୁବତୀ ଜଣକ କହିଛନ୍ତି। ଏହାସହ ଗିରଫ ଗ୍ରାମବାସୀଙ୍କୁ ଛାଡିଦେବା ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ ଅପିଲ କରିଛନ୍ତି। ସେପଟେ ବାଲିଅନ୍ତା ଅଞ୍ଚଳରେ ଦୁର୍ଘଟଣାକୁ କେନ୍ଦ୍ର କରି ଯୁବତୀଙ୍କୁ ଅସଦାଚରଣ ଅଭିଯୋଗରେ ଅମାନୁଷିକ ଭାବେ ବିଚ୍ ରାସ୍ତାରେ ଜଣେ ଯୁବକଙ୍କ ହାତ ଗୋଡ଼କୁ ବାନ୍ଧି ପିଟି ପିଟି ହତ୍ୟା କରାଯାଇଛି।

ଅନ୍ୟ ଜଣେ ଏହି ଘଟଣାରେ ଗୁରୁତର ହୋଇଛନ୍ତି। ଏହି ଘଟଣା ବାଲିଅନ୍ତା ଥାନା ଅଧୀନ ରାମଚନ୍ଦ୍ରପୁର କାଜ ନିକଟରେ ଘଟଥିଲା। ଘଟଣାସ୍ଥଳରେ ପୁଲିସ ଉପସ୍ଥିତ ଥିଲେ ସୁଦ୍ଧା ଯୁବକଙ୍କୁ ଉଦ୍ଧାର କରିପାରିନଥିଲା। ମୃତ ଯୁବକ ହେଲେ ଓଲଟପୁର ଥାନା ମୌଜପୁରର ସୌମ୍ୟରଞ୍ଜନ ସ୍ପାଇଁ। ସେ ଜିଆର୍‌ପିରେ କନ୍‌ଷ୍ଟେବଲ ଭାବେ କାମ କରନ୍ତି। ଲୋକଙ୍କ ମାଡ଼ରେ ସୌମ୍ୟରଞ୍ଜନଙ୍କ ସାଙ୍ଗ ଓମ୍‌ ପ୍ରକାଶ ମହାତି ମଧ୍ୟ ଗୁରୁତର ଆହତ ହୋଇଥିଲେ।