ସତ୍ୟପାଠ ବ୍ୟୁରୋ/10/05/2026: ବ୍ୟାଟିଂ ସେନସେସନ୍ ବୈଭବ ସୂର୍ଯ୍ୟବଂଶୀ ଏକ ଗୁରୁତ୍ୱପୂର୍ଣ୍ଣ IPL ରେକର୍ଡ ରଚିବା ଦ୍ୱାରଦେଶରେ । 15 ବର୍ଷୀୟ ଏହି ଖେଳାଳି ସୂର୍ଯ୍ୟବଂଶୀଙ୍କୁ  ଗୋଟିଏ IPL ସିଜିନରେ ଜଣେ ଭାରତୀୟଙ୍କ ଦ୍ୱାରା ସର୍ବାଧିକ  ଛକା ମାରିବାରେ ରେକର୍ଡ କରିବା ପାଇଁ ଆଉ ମାତ୍ର  ଦୁଇଟି ଛକା ଆବଶ୍ୟକ – ବର୍ତ୍ତମାନ ଏହି ରେକର୍ଡ ସନରାଇଜର୍ସ ହାଇଦ୍ରାବାଦର ଅଭିଷେକ ଶର୍ମା (42)ଙ୍କ ପାଖରେ ଅଛି। ଶନିବାର ରାଜସ୍ଥାନ ରୟାଲ୍ସ (RR) ର ଗୁଜରାଟ ଟାଇଟନ୍ସ (GT) ବିପକ୍ଷରେ ମୁକାବିଲାରେ ତିନୋଟି ଛକା ମାରି ସୂର୍ଯ୍ୟବଂଶୀ ସିଜିନରେ 40 ଛୁଇଁଛନ୍ତି, ଏହି ପ୍ରକ୍ରିୟାରେ ଶ୍ରେୟସ ଆୟର, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ ଏବଂ ରିଷଭ ପନ୍ତଙ୍କ ଭଳି ଅଭିଜିତ ନାମକୁ ପଛରେ ପକାଇ ଦେଇଛନ୍ତି।

42 ଛକା ଅଭିଷେକ ଶର୍ମା (2024) 40 -ଛକା ସୂର୍ଯ୍ୟବଂଶୀ (2026) 39 -ଛକା ଶ୍ରେୟସ୍ ଆୟର (2025) 38 -ଛକା  ବିରାଟ କୋହଲି (2016) 38 – ବିରାଟ କୋହଲି (2024) 38 -ଛକା ସୂର୍ଯ୍ୟକୁମାର ଯାଦବ (2025) 37 – ଛକା  ରିଷଭ ପନ୍ତ (2018)