ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଅନ୍‌ଲାଇନ୍‌ରେ ଔଷଧ ବିକ୍ରିକୁ ବିରୋଧ କରି ଆସନ୍ତା ୨୦ରେ ରାଜ୍ୟର ସବୁ ଔଷଧ ଦୋକାନ ବନ୍ଦ । ଉତ୍କଳ କେମିଷ୍ଟ ଆଣ୍ଡ୍ ଡ୍ରଗିଷ୍ଟ ଆସୋସିଏସନ୍ ପକ୍ଷରୁ ବନ୍ଦ କରିବାର ନିଷ୍ପତ୍ତି ନେଇଛି ବୋଲି ସୂଚନା ମିଳିଛି । ସେପଟେ ଡ୍ରଗ୍ସ ଆଣ୍ଡ୍ କସ୍‌ମେଟିକ୍ ନିୟମ ଅନୁଯାୟୀ ଅନ୍‌ଲାଇନ୍‌ରେ ଔଷଧ ବିକ୍ରୟର କୌଣସି ପ୍ରାବଧାନ ନାହିଁ । କୋଭିଡ୍ ସମୟରେ ପରିସ୍ଥିତିକୁ ନଜରରେ ରଖି ଭାରତ ସରକାର ଜରୁରୀ ବିଜ୍ଞପ୍ତି ମାଧ୍ୟମରେ ଔଷଧ ଅନ୍‌ଲାଇନ୍‌ରେ ଦେବା ପାଇଁ ଅନୁମତି ପ୍ରଦାନ କରିଥିଲେ ।

ହେଲେ ଆଜି ସ୍ଥିତି ସୁଧୁରି ଯିବା ପରେ ମଧ୍ୟ ତାହାକୁ ପ୍ରତ୍ୟାହାର କରିନାହାନ୍ତି । ଯାହାଫଳରେ ଆମର ୩୦ ହଜାର ସଭ୍ୟଙ୍କ ବ୍ୟାପାରରେ ବ୍ୟାଘାତ ସୃଷ୍ଟି ହେଉଛି । ଏହା ସହଅନେକ ଆପତ୍ତିଜନକ ଔଷଧ ଯାହା ବିନା ଡାକ୍ତରୀ ଚିଠାରେ ବିକ୍ରି ହେବାକଥା ନୁହେଁ ବୋଲି ଅଭିଯୋଗ ଆଣି ଏହି ନିଷ୍ପତ୍ତି ନେଇଛି ଉତ୍କଳ କେମିଷ୍ଟ ଆଣ୍ଡ୍ ଡ୍ରଗିଷ୍ଟ ଆସୋସିଏସନ୍ ।