ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ୩୦ରୁ ଓଡ଼ିଶାରେ ଆରମ୍ଭ ହେବାକୁ ଯାଉଛି SIR । ୨୫ ସୁଦ୍ଧା ହେଲ୍ପ ଡେସ୍କ ସ୍ଥାପନ ପାଇଁ ନିର୍ଦ୍ଦେଶ ।ରାଜ୍ୟର ସମସ୍ତ ଜିଲ୍ଲା ନିର୍ବାଚନ କାର୍ଯ୍ୟାଳୟରେ ହେଲ୍ପଡେସ୍କ ଖୋଲିବ । ଏ ସଂପର୍କରେ ନିର୍ବାଚନ କମିଶନ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି। ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶାନ୍ତ କୁମାର ମିଶ୍ର, ସମସ୍ତ ଜିଲ୍ଲାପାଳ ଓ DEOଙ୍କୁ ଏନେଇ ପତ୍ର ଲେଖିଛନ୍ତି।ଏହି ହେଲ୍ପଡେସ୍କ ମାଧ୍ୟମରେ ଭୋଟରମାନେ SIR ସମୟସୀମା, ଯୋଗ୍ୟତା, ନାମ ଯୋଡ଼ା, ସଂଶୋଧନ କିମ୍ବା ବିଲୋପ ସମ୍ବନ୍ଧୀୟ ସୂଚନା ପାଇପାରିବେ। ସେଥିସହ ପୁରୁଣା ଭୋଟର ତଥ୍ୟ ସହ ଲିଙ୍କ କରିବା, ଅନଲାଇନ୍ ଓ ଅଫଲାଇନ୍ ଫର୍ମ ପୂରଣରେ ସହଯୋଗ ମଧ୍ୟ ମିଳିବ।
ବିଶେଷ କରି ପ୍ରବାସୀ, ବୃଦ୍ଧ ଓ ଦିବ୍ୟାଙ୍ଗ ଭୋଟରଙ୍କୁ ସହଜ ସେବା ଯୋଗାଇବା ପାଇଁ ଏହି ବ୍ୟବସ୍ଥା କରାଯାଇଛି। ହେଲ୍ପଡେସ୍କରେ ଶିକ୍ଷିତ କର୍ମଚାରୀ ନିଯୁକ୍ତ ହେବେ ଏବଂ ସ୍ଥାନୀୟ ଭାଷାରେ ସଚେତନତା ସାମଗ୍ରୀ ମଧ୍ୟ ରଖାଯିବ।ନିର୍ବାଚନ ଆୟୋଗର ୧୯୫୦ ହେଲ୍ପଲାଇନ୍ ଓ ECINet ଆପ୍ ସମ୍ପର୍କରେ ମଧ୍ୟ ଲୋକଙ୍କୁ ଜଣାଇବାକୁ କୁହାଯାଇଛି। ମଇ ୨୫ ମଧ୍ୟରେ ହେଲ୍ପଡେସ୍କ ସ୍ଥାପନ ଓ କାର୍ଯ୍ୟକ୍ଷମତା ସମ୍ପର୍କିତ ରିପୋର୍ଟ ପଠାଇବାକୁ ଜିଲ୍ଲାମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
