ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଅତିଷ୍ଠ କଲାଣି ପ୍ରବଳ ଗରମ ସାଙ୍ଗକୁ ପାୱାର କଟ୍। ଏହା ମଧ୍ୟରେ ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ତେବେ ଓଭରଲୋଡ୍ ଯୋଗୁଁ ପାଓ୍ବାର କଟ୍ ହେଉଥିବାର ସଫେଇ ଦେଇଛନ୍ତି ଶକ୍ତି ମନ୍ତ୍ରୀ ।ଏବେ ଯେଉଁପରି ଭାବେ ହିଟ୍ଓ୍ଵେଭ ଚାଲିଛି, ତାହା କାହାରି ହାତରେ ନାହିଁ । ପିକ୍ ହିଟ୍ ସମୟରେ ଅଧିକ ଡିମାଣ୍ଡ ରହୁଛି, ଅଧିକ ଏସି ବ୍ୟବହାର ହେଉଛି । ଫଳରେ ଓଭରଲୋଡ୍ ହେଉଛି ଏବଂ ଟ୍ରାନ୍ସଫର୍ମର ବର୍ଣ୍ଣ ଆଉଟ୍ ହେଉଛି’ । ତଥାପି ଶୀଘ୍ର ରିଷ୍ଟୋର୍ କରିବା ପାଇଁ ଆମେ ବ୍ୟବସ୍ଥା କରୁଛୁ ।
ଲୋକେ ଯେପରି ନିରନ୍ତର ବିଦ୍ୟୁତ ସେବା ପାଇବେ ଆମେ ଚେଷ୍ଟା କରୁଛୁ ବୋଲି କହିଛନ୍ତି ଶକ୍ତି ମନ୍ତ୍ରୀ କେ.ଭି.ସିଂହଦେଓ ।ପ୍ରତିବର୍ଷ ଖରାଦିନ ଦିନ ଆସିଲେ ରାଜ୍ୟରେ ଅଘୋଷିତ ବିଦ୍ୟୁତ କାଟ୍ ହେବା କିଛି ନୂଆ କଥା ନୁହେଁ । ତେବେ କିଛି ଦିନ ପୂର୍ବରୁ ଅଘୋଷିତ ବିଦ୍ୟୁତ କାଟ୍ ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ଚେତାବନୀ ଦେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଗରମରେ ୨୪ ଘଣ୍ଟା କରେଣ୍ଟ ରହିବାର ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ସତେ ଯେମିତି ଏହାକୁ ଫୁ’ କରି ଉଡାଇ ଦେଇଛନ୍ତି ବିଦ୍ୟୁତ ବିତରଣ କଂପାନୀ ।
