ଦେବୀ ତ୍ରିପାଠୀଙ୍କ କ୍ରସ୍‌ ଭୋଟିଂ; ଛାତି ପିଟି କହିଲେ, ‘ଦିଲ୍ଲୀପ ରାୟଙ୍କୁ ଭୋଟ୍‌ ଦେଇଛି’

ଭୁବନେଶ୍ବର: ରାଜ୍ୟସଭା ନିର୍ବାଚନକୁ ନେଇ ବିଜେଡି ଶିବିରରେ କ୍ରସ୍‌ ଭୋଟିଂ ଚର୍ଚ୍ଚା ମଧ୍ୟରେ ବିଜେଡି ବିଧାୟକ ଦେବୀ ରଂଜନ ତ୍ରିପାଠୀ ନିଜେ କ୍ରସ୍‌ ଭୋଟିଂ କରିଥିବା କଥା ସ୍ୱୀକାର କରିଛନ୍ତି। ସେ କହିଛନ୍ତି ଯେ, ସେ ସ୍ୱାଧୀନ ପ୍ରାର୍ଥୀ ଦିଲୀପ ରାୟଙ୍କୁ ଭୋଟ୍‌ ଦେଇଛନ୍ତି।ଦେବୀ ରଂଜନ କହିଛନ୍ତି ଯେ ବିଜୁ ପଟ୍ଟନାୟକଙ୍କ ଲିଗାସୀକୁ ଆଗକୁ ନେବା ପାଇଁ ସେ ଏହି ସିଦ୍ଧାନ୍ତ ନେଇଛନ୍ତି। ଦଳ ପକ୍ଷରୁ ତାଙ୍କୁ ଦତ୍ତେଶ୍ୱର ହୋତାଙ୍କୁ ଭୋଟ୍‌ ଦେବାକୁ କୁହାଯାଇଥିଲା ବୋଲି ସେ କହିଛନ୍ତି। କିନ୍ତୁ କଂଗ୍ରେସ ସହ ମିଳିତ ପ୍ରାର୍ଥୀଙ୍କୁ ଭୋଟ୍‌ ଦେବାକୁ ସେ ମନା କରିଥିବା ଉଲ୍ଲେଖ କରିଛନ୍ତି।ସେ ଆହୁରି କହିଛନ୍ତି ଯେ ତାଙ୍କ ବାପା ଜରୁରୀକାଳୀନ ପରିସ୍ଥିତି ସମୟରେ ଜେଲ୍‌ ଯାଇଥିଲେ, ତେଣୁ କଂଗ୍ରେସ ସହ ମେଣ୍ଟକୁ ସେ ମାନିପାରିବେ ନାହିଁ। ବିଜେଡି ଓ କଂଗ୍ରେସ ମଧ୍ୟରେ ଅସାଧୁ ମେଣ୍ଟକୁ ନେଇ ଦଳୀୟ କର୍ମୀମାନେ ମର୍ମାହତ ହୋଇଥିବା ସେ କହିଛନ୍ତି। ଗଣତାନ୍ତ୍ରିକ ଅଧିକାର ମାଧ୍ୟମରେ ସେ ଏହାର କଡା ଜବାବ ଦେଇଥିବା ମଧ୍ୟ ଦେବୀ ରଂଜନ ତ୍ରିପାଠୀ କହିଛନ୍ତି।

Related Posts