ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ):ଜୁନ ୩ରେ କର୍ଣ୍ଣାଟକର ୨୫ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବରିଷ୍ଠ କଂଗ୍ରେସ ନେତା ଡିକେ ଶିବ କୁମାର । ଶିବ କୁମାରଙ୍କ ଶପଥ ଉତ୍ସବ ଲୋକ ଭବନ ଗ୍ଲାସ ହାଉସରେ ଅନୁଷ୍ଠିତ ହେବ। କାର୍ଯ୍ୟକ୍ରମରେ ଦଳର ବରିଷ୍ଠ ନେତା, କ୍ୟାବିନେଟ ସହଯୋଗୀ ଓ ଦଳୀୟ କର୍ମୀମାନେ ଯୋଗ ଦେବେ। ଦଳୀୟ ସୂତ୍ର ଅନୁସାରେ, ୬୪ ବର୍ଷୀୟ ଶିବ କୁମାରଙ୍କ ସହ ତାଙ୍କ କ୍ୟାବିନେଟର ଆଉ ୧୦ ଜଣ ସଦସ୍ୟ ଜୁନ ୩ରେ ଶପଥ ନେବେ। ବାକି ମନ୍ତ୍ରୀ ଜୁନ ୧୮ ରାଜ୍ୟସଭା ନିର୍ବାଚନ ପରେ ଶପଥ ନେବେ ବୋଲି ଜଣାପଡ଼ିଛି।

ସିଦ୍ଦରମୈୟା ୨୦୨୩ ମେ’ ୨୦ରୁ କର୍ଣ୍ଣାଟକାର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ। ଏସବୁ ଭିତରେ ମଙ୍ଗଳବାର ଦିଲ୍ଲୀରେ ସେ ହାଇକମାଣ୍ଡଙ୍କୁ ଭେଟିଥିଲେ। ହାଇକମାଣ୍ଡଙ୍କ ନିଷ୍ପତ୍ତିକ୍ରମେ ସେ ୨୦୨୬ ମେ’ ୨୮ରେ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିଥିଲେ। ସେ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିଥିଲେ ହେଁ କର୍ଣ୍ଣାଟକା ରାଜନୀତିରେ ସକ୍ରିୟ ରହିବେ। କଂଗ୍ରେସ ତାଙ୍କୁ ଜାତୀୟ ରାଜନୀତିକୁ ନେବାକୁ ଚାହିଁଥିଲେ ବି ସେ ରାଜି ହୋଇ ନାହାନ୍ତି। ଶିବ କୁମାର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଥିଲେ ହେଁ ତାଙ୍କ କ୍ୟାବିନେଟରେ ସିଦ୍ଦରମୈୟାଙ୍କ ବିଶ୍ୱସ୍ତ ସଦସ୍ୟମାନେ ରହିବେ। ସେହିପରି ଶିବ କୁମାରଙ୍କ ଡେପୁଟି ଭାବେ ମଧ୍ୟ ଦୁଇ ଜଣ କାର୍ଯ୍ୟ କରିବେ ବୋଲି ସୂଚନା ମିଳିଛି ।