ଭୁବନେଶ୍ବର: ରାଜ୍ୟସଭା ନିର୍ବାଚନରେ ସୌଭିକ ବିଶ୍ୱାଳ ନିଜ କ୍ରସ୍ ଭୋଟିଂ କରିଥିବା କଥା ସ୍ୱୀକାର କରିଛନ୍ତି। ସେ କହିଛନ୍ତି, “ବାପାଙ୍କୁ ବହିଷ୍କାର କରାଯାଇଥିଲା, ତାଙ୍କ ପ୍ରତିଶୋଧ ନେଇ ମୁଁ ଏହି ପଦକ୍ଷେପ ନେଇଛି।”ସୌଭିକ ଆହୁରି କହିଛନ୍ତି, “ବିଜୁ ବାବୁଙ୍କ ଆଶୀର୍ବାଦ ଯାହାଙ୍କ ପ୍ରତି ଅଛି, ସେହି ପ୍ରାର୍ଥୀଙ୍କୁ ମୁଁ ଭୋଟ୍ ଦେଇଛି।” ସେ ନବୀନ ନିବାସ ଘଟଣାକୁ ନେଇ କ୍ରୋଧିତ ହୋଇଥିବା କଥା ମଧ୍ୟ କହିଛନ୍ତି।ସୌଭିକ ଦାବି କରିଛନ୍ତି, “ଆଜି ଯେଉଁ ଟ୍ରଷ୍ଟ କଥା ପଦକୁ ଆସିଛି, ବାପା ପ୍ରଥମେ କହିଥିଲେ। ୨୯ ବର୍ଷ ପର୍ଯ୍ୟନ୍ତ ବାପା ବିଜେଡି ପାଇଁ ସର୍ବସ୍ବ ଦାନ କରିଥିଲେ। ତେଣୁ ମୋର ଏହି କ୍ରସ୍ ଭୋଟିଂ ବାପାଙ୍କ ପ୍ରତି ନ୍ୟାୟ ପୂର୍ଣ୍ଣ ପଦକ୍ଷେପ।”ସେ ମଧ୍ୟ ଚିଟଫଣ୍ଡ, ମିଡ୍ ନାଇଟ୍ ଅପରେସନ ଓ ନବୀନ ବାବୁଙ୍କ ଗାଡ଼ି କାଚ ଭାଙ୍ଗିବା ଘଟଣାରେ ଦୋଷ ମୁଣ୍ଡାଇବା ପ୍ରସଙ୍ଗ ଉଲ୍ଲେଖ କରିଛନ୍ତି, ଯାହାରେ ସେ ନିଜ ପ୍ରତିଶୋଧ ନେଇଥିବା ଦୃଷ୍ଟିକୋଣ ସ୍ପଷ୍ଟ କରିଛନ୍ତି।





