ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ):ପଶ୍ଚିମବଙ୍ଗରେ ବିଜେପି ସରକାରର ପ୍ରଥମ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ । ଶୁଭେନ୍ଦୁ ଅଧିକାରୀଙ୍କ କ୍ୟାବିନେଟ୍ରେ ସାମିଲ ହେଲେ ଆଉ ୩୫ ମନ୍ତ୍ରୀ । ତେବେ ନୂତନ ଭାବେ ସ୍ଥାନ ପାଇଥିବା ମନ୍ତ୍ରୀମାନଙ୍କ ମଧ୍ୟରେ ପ୍ରମୁଖ ନେତା ଭାବେ ଦୀପକ ବର୍ମନ, ମନୋଜ ଓରାଓଁ ଏବଂ ଗୌରୀ ଶଙ୍କର ଘୋଷ ସାମିଲ ଅଛନ୍ତି।
ବିଜେପି ବିଧାୟକ ରାଜେଶ ମହାତ, ଇନ୍ଦ୍ରନୀଲ ଖାନ୍ ଏବଂ ମାଲତୀ ରାଭା ରାୟଙ୍କୁ ଅଧିକାରୀ ସରକାରରେ ସ୍ୱାଧୀନ ଦାୟିତ୍ୱ ବିଶିଷ୍ଟ ରାଷ୍ଟ୍ରମନ୍ତ୍ରୀ (Ministers of State with Independent Charge) ଭାବେ ଶପଥ ଦିଆଯାଇଛି।ପୂର୍ବରୁ ଗତ ମେ’ ୯ ତାରିଖରେ କୋଲକାତାର ଐତିହାସିକ ବ୍ରିଗେଡ୍ ପ୍ୟାରେଡ୍ ଗ୍ରାଉଣ୍ଡରେ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଏବଂ ତାଙ୍କ ସହ ୫ ଜଣ ମନ୍ତ୍ରୀ ପ୍ରଥମ ପର୍ଯ୍ୟାୟରେ ଶପଥ ନେଇ ସରକାର ଗଠନ କରିଥିଲେ।
