କଥାରେ ଅଛି ସକାଳ ଜଳଖିଆ ସିଂହ ଭୋଜନ ହେବା ଉଚିତ। ଆଉ ଦିପ୍ରହରେ ରାଜା ଭୋଜନ, ରାତିରେ ଦରିଦ୍ର ଭୋଜନ କରିବା ଉଚିତ। ରାତିରେ ବହୁ ସମୟ ଧରି ପେଟ ଖାଲି ଥିବାରୁ ସକାଳ ଜଳଖିଆ ବା ବ୍ରେକ ଫାଷ୍ଟ ବହୁତ ଜରୁରୀ। ବହୁ ସମୟର ଗ୍ୟାପ ପରେ ଉପବାସ ତଥା ଫାଷ୍ଟକୁ ବ୍ରେକ କରିବା ପାଇଁ ଆମକୁ ସକାଳେ ଭରପୁର ମାତ୍ରାରେ ଖାଇବା ଉଚିତ। ଯାହା ଆପଣଙ୍କୁ ଅଧିକ ସମୟ ଯାଏଁ ଶକ୍ତି ଯୋଗାଇ ଥାଏ। ଶରୀରକୁ ସୁସ୍ଥ ରଖିବାକୁ ଜଣଙ୍କୁ ସମସ୍ତ ଭିଟାମିନ୍ ଜାତୀୟ ଖାଦ୍ୟ ପଦାର୍ଥ ସହ ପ୍ରୋଟିନ୍ ଆବଶ୍ୟକ ହୋଇଥାଏ। ଦିନଯାକର ଖାଦ୍ୟପେୟ ଭିତରୁ ସକାଳ ଜଳଖିଆର ଗୁଣମାନ ଉପରେ ଅଧିକ ଗୁରୁତ୍ବ ଦିଆଯିବା ଉଚିତ। ଶରୀରକୁ ସୁସ୍ଥ ରଖିବାକୁ ଜଣଙ୍କୁ ସମସ୍ତ ଭିଟାମିନ୍ ଜାତୀୟ ଖାଦ୍ୟ ପଦାର୍ଥ ସହ ପ୍ରୋଟିନ୍ ଆବଶ୍ୟକ ହୋଇଥାଏ। ଏହି ଖାଦ୍ୟରେ ପ୍ରୋଟିନ୍ର ପରିମାଣ ଉପରେ ନଜର ଦେବା କଥା। କାରଣ ଏହା ଟିସୁ ନିର୍ମାଣ ଓ ଶରୀରର ରକ୍ଷଣାବେକ୍ଷଣରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଏହା ମାଂସପେଶୀ, ଚର୍ମ, କେଶ, ଏପରିକି ଏନ୍ଜାଇମ୍ ଓ ହରମୋନ୍ର ମୂଳଦୁଆ ପକାଏ, ଯାହା ଶରୀରର ପ୍ରମୁଖ କାର୍ଯ୍ୟକୁ ନିୟନ୍ତ୍ରଣ କରିଥାଏ। ପ୍ରୋଟିନ୍ଯୁକ୍ତ ଖାଦ୍ୟ ମାଂସପେଶୀ ଓ ମେଟାବୋଲିଜିମ୍ ବୃଦ୍ଧି କରିଥାଏ। ତେଣୁ ସକାଳ ଜଳଖିଆରେ ଅଧିକ ପ୍ରୋଟିନ୍ ଭଲ। ନିରାମିଷ ପନିର ଓ ଆମିଷ ଅଣ୍ଡାଠାରୁ ଭଲ ପ୍ରୋଟିନ୍ଯୁକ୍ତ ଖାଦ୍ୟ ଅନ୍ୟ କିଛି ହୋଇ ନପାରେ!
୪୪ ଗ୍ରାମ ଓଜନର ଏକ ସିଝା ଅଣ୍ତା ରେ ୫.୫ ଗ୍ରାମ ପ୍ରୋଟିନ୍, ୪.୨ ଗ୍ରାମ ଫ୍ୟାଟ୍, ୨୪.୬ ମିଗ୍ରା କ୍ୟାଲସିୟମ୍, ୦.୮ ମିଗ୍ରା ଲୌହ, ୫.୩ ମିଗ୍ରା ମ୍ୟାଗ୍ନେସିୟମ୍, ୦.୬ ମିଗ୍ରା ଜିଙ୍କ୍, ୧୬୨ ମିଗ୍ରା କୋଲେଷ୍ଟ୍ରଲ୍ ଓ ୧୩.୪ ମିଗ୍ରା ସେଲେନିୟମ୍ ଥାଏ। ଏଥିପାଇଁ ଅଣ୍ଡାକୁ ସବୁଠାରୁ ସୁସ୍ଥ ଖାଦ୍ୟ ବିକଳ୍ପ ମଧ୍ୟରୁ ଗୋଟିଏ ବୋଲି ଧରାଯାଏ। ଅଣ୍ଡାରେ ଉଚ୍ଚ ମାନର ପ୍ରୋଟିନ୍ ଭରପୂର ଥାଏ, ଯାହା ଆପଣଙ୍କୁ ଅଧିକ ସମୟ ପାଇଁ ପେଟ ପୂରାଇ ରଖିବା ସହ ମାଂସପେଶୀ ସବଳ କରିଥାଏ। ଅଣ୍ଡା ମସ୍ତିଷ୍କର କାର୍ଯ୍ୟକଳାପକୁ ବଢ଼ାଇ ମେଟାବୋଲିଜିମ୍ ବୃଦ୍ଧି କରେ ଓ ସମଗ୍ର ଶକ୍ତି ସ୍ତରକୁ ଉନ୍ନତ କରିଥାଏ। ସେହିପରି ପନିର ମଧ୍ୟ ଆମ ଜଳଖିଆ ପାଇଁ ଭଲ। କାରଣ ଏହା ଉଚ୍ଚମାନର ପ୍ରୋଟିନ୍ରେ ଭରପୂର, ଯାହା ମାଂସପେଶୀକୁ ବୃଦ୍ଧି ଓ ସବଳ କରିଥାଏ। ଧୀରେ ଧୀରେ ହଜମ ହେଉଥିବାରୁ ଅଧିକ ସମୟ ପାଇଁ ପେଟପୂରା ରଖେ। ସେହିପରି କ୍ୟାଲସିୟମ୍ ଓ ଫସ୍ଫରସ୍ ପରିମାଣ ଅଧିକ ଥିବାରୁ ହାଡ଼ ଓ ଦାନ୍ତକୁ ମଜଭୁତ ରଖିବାରେ ଏହା ସାହାଯ୍ୟ କରେ। ତେଣୁ ବୟସ୍କମାନଙ୍କ ପାଇଁ ଖୁବ୍ ଉପାଦେୟ। ସେହିପରି ମଧୁମେହ ରୋଗୀଙ୍କ ପାଇଁ ପନିର ଭଲ। ଭିଟାମିନ୍-ବିରେ ଭରପୂର ପନିର ମେଟାବୋଲିଜିମ୍କୁ ସାହାଯ୍ୟ କରେ ଓ ଏଥିରେ ସମଗ୍ର ରୋଗ ପ୍ରତିରୋଧକ ଶକ୍ତି ଥାଏ। ସକାଳ ଜଳଖିଆରେ ପନିର ପରଟା, ସାଲାଡ୍ କିମ୍ବା ଭାଜି ଖାଇଲେ ଏହା ଶରୀରକୁ ହାଲୁକା ରଖେ। କେବଳ ଏତିକି ନୁହେଁ, ପନିରରେ କମ୍ ଗ୍ଲାଇସେମିକ୍ ଇଣ୍ଡେକ୍ସ୍ ଥାଏ, ଯାହା ରକ୍ତରେ ଶର୍କରା ସ୍ତରକୁ ନିୟନ୍ତ୍ରଣ କରିବା ଓ ହଠାତ୍ ବୃଦ୍ଧିକୁ ରୋକିଥାଏ। ସକାଳର ପେଟପୁରା ଜଳଖିଆ ଦିନସାରା ଏନର୍ଜିଟିକ ରଖିବାରେ ସହାୟତା କରିଥାଏ।
