ମୁମ୍ବାଇ: ଅଲରାଉଣ୍ଡ ପ୍ରଦର୍ଶନ ପରେ ଏବେ ଖୁବଶୀଘ୍ର ଟିମ୍ ଇଣ୍ଡିଆରେ ଡେବ୍ୟୁ କରିପାରନ୍ତି ଅର୍ଜୁନ ତେନ୍ଦୁଲକର। ତାଙ୍କୁ ଭାରତୀୟ ଦଳରେ ସାମିଲ କରିବା ପାଇଁ ବିସିସିଆଇଠାରେ ଦାବି ହୋଇଛି। ଅର୍ଜୁନ ତେନ୍ଦୁଲକରଙ୍କ ଅଲରାଉଣ୍ଡ ପ୍ରଦର୍ଶନ ୯ ୱିକେଟରେ ମୁମ୍ବାଇ ଟି-୨୦ ଲିଗ ଜିତିବାରେ ସାହାଯ୍ୟ କରିଥିଲା। ବ୍ୟାଟିଂ ଏବଂ ବୋଲିଂ ଉଭୟରେ ତାଙ୍କର ପ୍ରଭାବଶାଳୀ ପ୍ରଦର୍ଶନ ପ୍ରଶଂସକଙ୍କ ମନ ମୋହିଥିଲା। ଫଳରେ ତାଙ୍କୁ ଜାତୀୟ ଦଳରେ ସାମିଲ କରିବାକୁ ଚିନ୍ତା କରାଯାଉଛି।   ଭାରତୀୟ କ୍ରିକେଟ୍ ଦଳ ବର୍ତ୍ତମାନ ଜଣେ ଭଲ ଅଲରାଉଣ୍ଡର ଖୋଜୁଛି। ଦଳରେ ଏବେ ତିନି ଜଣ ପ୍ରମୁଖ ଅଲରାଉଣ୍ଡର ଅଛନ୍ତି ଯେଉଁମାନେ ହାର୍ଦ୍ଦିକ ପାଣ୍ଡ୍ୟା, ନୀତିଶ କୁମାର ରେଡ୍ଡୀ ଏବଂ ଶିବମ ଦୁବେ। ଏବଂ ଏବେ ଦଳରେ ଅର୍ଜୁନ ତେନ୍ଦୁଲକରଙ୍କୁ ହିସାବ କରିବାକୁ ଏକ ବଡ଼ ଅନୁରୋଧ ଆସିଥିବା ଜଣାପଡ଼ିଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଫିଟନେସ୍ ସର୍ବଦା ପ୍ରଶ୍ନରେ ରହିଥାଏ; ସେ ବର୍ତ୍ତମାନ ବେଙ୍ଗାଲୁରୁର ସେଣ୍ଟର ଅଫ୍ ଏକ୍ସଲେନ୍ସରେ ଅଛନ୍ତି। ତଥାପି, ରିପୋର୍ଟରେ କୁହାଯାଇଛି ଯେ ତାଙ୍କୁ ଫିଟନେସ୍ କ୍ଲିଅରାନ୍ସ ଦିଆଯାଇଛି। ଶିବମ ଦୁବେ ମଧ୍ୟ ଆଇପିଏଲ ସମୟରେ ଫର୍ମରୁ ବାହାରେ ଦେଖାଦେଇଥିଲେ ଏବଂ ବହୁତ କମ୍ ବୋଲିଂ କରିଥିଲେ। ନୀତିଶ କୁମାର ରେଡ୍ଡୀଙ୍କ ପାଇଁ ମଧ୍ୟ ସମାନ କଥା । ଯାହା ଅର୍ଜୁନ ତେନ୍ଦୁଲକରଙ୍କ ପାଇଁ ଦ୍ୱାର ଖୋଲିପାରେ ବୋଲି ଚର୍ଚ୍ଚା ହେଉଛି।