ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇ ବିଜେପି ଟିକେଟ୍‌ରେ ରାଜ୍ୟସଭାକୁ ଗଲେ ଦେବାଶିଷ ସାମନ୍ତରାୟ । ରାଜ୍ୟସଭା ଉପନିର୍ବାଚନରେ ତାଙ୍କ ବିପକ୍ଷରେ କେହି ପ୍ରାର୍ଥୀ ପତ୍ର ଦାଖଲ କରି ନ ଥିବାରୁ ସେ ନିର୍ଦ୍ୱନ୍ଦ୍ୱରେ ବିଜୟୀ ହୋଇଥିବା ଘୋଷଣା କରାଯାଇଛି ।

କିଛି ଦିନ ତଳେ ଦେବାଶିଷ ବିଜେଡି (ବିଜୁ ଜନତା ଦଳ)ରୁ ଇସ୍ତଫା ଦେବା ପରେ ଏହି ଆସନଟି ଖାଲି ପଡ଼ିଥିଲା ଏବଂ ଏଥିପାଇଁ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଗତ ମେ ୨୫ ତାରିଖରେ ସେ ଆନୁଷ୍ଠାନିକ ଭାବେ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇ ସମସ୍ତଙ୍କୁ ଚକିତ କରିଦେଇଥିଲେ । ବିଜେଡି ଛାଡ଼ିବାର ମାତ୍ର କେଇଦିନ ଭିତରେ ସେ ପଦ୍ମ ଶିବିରରେ ସାମିଲ ହୋଇଥିଲେ ଏବଂ ବିଜେପି ତାଙ୍କ ଉପରେ ଆସ୍ଥା ପ୍ରକଟ କରି ରାଜ୍ୟସଭା ପ୍ରାର୍ଥୀ କରିଥିଲା ।