ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ସିବିଏସଇ ଓଏସଏମ୍ ସିଷ୍ଟମରେ ତ୍ରୁଟି ଧରିଥିବା ନିସର୍ଗ ଅଧିକାରୀଙ୍କୁ ନିଯୁକ୍ତି ଦେଲା ଆଇଆଇଟି କାନପୁର । ଆଇଆଇଟି କାନପୁରର ଟେକ୍ନୋଲଜି ଇନୋଭେସନ୍‌ ହବ୍‌ ସି୩ଆଇଏଚୟୁବି ୧୯ ବର୍ଷୀୟ ନିସର୍ଗ ଅଧିକାରୀଙ୍କୁ ଓପନ୍‌-ସୋର୍ସ ଇଣ୍ଟେଲିଜେନ୍ସ (ଓଏସଆଇଏନଟି) ଓ ଥ୍ରେଟ୍‌ ଇଣ୍ଟେଲିଜେନ୍ସ ଇଞ୍ଜିନିୟର ଭାବେ ନିଯୁକ୍ତି ଦେଇଛି। ଆଇଆଇଟି କାନପୁର ନିର୍ଦ୍ଦେଶକ ମନିନ୍ଦ୍ର ଅଗ୍ରୱାଲ କହିଛନ୍ତି ଯେ, ସେ ମେ ୨୨ରେ ପ୍ରକାଶିତ ସେହି ପୋଷ୍ଟଟି ପଢ଼ିବା ପରେ ଅଧିକାରୀଙ୍କ ସହ ଯୋଗାଯୋଗ କରିଥିଲେ।

ନିସର୍ଗଙ୍କୁ ତାଙ୍କ ସାଇବର ସିକ୍ୟୁରିଟି ଟିମ୍‌ରେ ଜଣେ ଇଞ୍ଜିନିୟର ଭାବେ ନିଯୁକ୍ତି ଦିଆଯାଇଛି। ନିସର୍ଗ ଚଳିତ ବର୍ଷ ଦ୍ବାଦଶ ଶ୍ରେଣୀ ପରୀକ୍ଷାରେ ଉତୀର୍ଣ୍ଣ ହୋଇଥିଲେ। ନିସର୍ଗ ଏହି ନିଯୁକ୍ତିରେ ଖୁସି ପ୍ରକାଶ କରିଛନ୍ତି। ସାଇବର ସିକ୍ୟୁରିଟି ତାଙ୍କ ପସନ୍ଦର ବିଷୟ ହୋଇଥିବାରୁ ଏହି କ୍ଷେତ୍ରରେ କାମ ମିଳିଥିବାରୁ ସେ ଖୁବ୍ ଅଛନ୍ତି ବୋଲି କହିଛନ୍ତି। ନିସର୍ଗଙ୍କ ବାପା ଓ ମା’ ଉଭୟ ଆର୍ଥିକ ସେକ୍ଟର କାମ କରନ୍ତି।