ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଚାମେଲିଙ୍କୁ ପୁଣି ମେଡିକାଲ୍ରେ କରାଗଲା ଭର୍ତ୍ତି। ଗିରଫ ପରେ ଜେଲ୍ରେ ପୁଣି ଅସୁସ୍ଥ । ମେଡିକାଲରେ ଚାମେଲିଙ୍କୁ ଭେଟିଲେ ପିସିସି ସଭାପତି ଭକ୍ତ ଦାସ । କେନ୍ଦ୍ରାପଡ଼ା ଜିଲ୍ଲା ତିଖିରି ପଞ୍ଚାୟତର ସରପଞ୍ଚ ଚାମେଲି ଓଝା ଅସୁସ୍ଥ। ତାଙ୍କୁ ଜେଲ୍ ପଠାଯାଇଥିଲା। କିନ୍ତୁ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସ ମେଡିକାଲ ଯାଇ ସରପଞ୍ଚ ଚାମେଲି ଓଝାଙ୍କୁ ଭେଟିଛନ୍ତି। ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି ଭକ୍ତ। ଏଥିସହ ରାଜ୍ୟ ସରପଞ୍ଚ ସଂଘ ସଭାପତି ଓ ତାଙ୍କ ଟିମ୍ ମଧ୍ୟ ଡାକ୍ତରଖାନା ଯାଇ ଚାମେଲିଙ୍କୁ ଭେଟିଛନ୍ତି।
ଆଜି ଚାମେଲିଙ୍କୁ କୋର୍ଟ ଚାଲାଣ ବେଳେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ଆଇନଶୃଙ୍ଖଳା ପରିସ୍ଥିତିକୁ ନଜରରେ ରଖି ଥାନା ଭିତରେ ଏବଂ ବାହାରେ ୨ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଥିଲା। ନିଜ ପଞ୍ଚାୟତ ତିଖିରିର ବିଭିନ୍ନ ସମସ୍ୟା ନେଇ ମହାକାଳପଡ଼ା ବିଡିଓଙ୍କୁ ଭେଟିବାକୁ ଯାଇଥିଲେ ସରପଞ୍ଚ ଚାମେଲି ଓଝା। କିନ୍ତୁ ବିଡିଓଙ୍କ ସହ ଆଲୋଚନା ବେଳେ ଚାମେଲି ମୋବାଇଲରେ ଭିଡିଓ ସୁଟ୍ କରୁଥିବା ଦେଖିବାକୁ ମିଳିଥିଲା। ଯାହାକୁ ନେଇ ବିବାଦରେ ଏବଂ ଚର୍ଚ୍ଚାରେ ଅଛନ୍ତି ସରପଞ୍ଚ ଚାମେଲି ଓଝା।
