ନୂଆଦିଲ୍ଲୀ: ବର୍ତ୍ତମାନ ସୁନା ଓ ରୁପା ଦର ନେଇ ଘଡ଼ିକେ ଘୋଡ଼ା ଛୁଟୁଛି। ଆଜି ଖସୁଛି ତ କାଲି ବଢ଼ୁଛି। ସୁନା ଓ ରୁପା ଦରରେ ସ୍ଥିରତା ଦେଖିବାକୁ ମିଳୁ ନାହିଁ। ଯାହାକୁ ନେଇ ଗ୍ରାହକଙ୍କ ଅସନ୍ତୋଷ ପ୍ରକାଶ ପାଇଛି।  ଏବେ ସାଧାରଣ ମଧ୍ୟବିତ୍ତ ପରିବାରରେ ସୁନା କିଣିବା ଏବେ ସାତ ସପନ। କିନ୍ତୁ ବର୍ତ୍ତମାନ ସୁନା ଦରରେ ସାମାନ୍ୟ ଆଶ୍ବସ୍ତ ଆଣିଛି।  ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧,୫୧,୧୦୦ ଟଙ୍କା ରହିଛି। ସେହିପରି ୨୨ କ୍ୟାରେଟ ସୁନା ଦର ୧,୩୮,୫୦୦ ଟଙ୍କା ଛୁଇଁଛି । ସେହିପରି ରାଜଧାନୀ ଭୁବନେଶ୍ୱରରେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧,୫୧,୧୦୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ ସୁନାର ମୂଲ୍ୟ ହଜାର ୧,୩୮,୫୦୦ ଟଙ୍କାକୁ ପହଞ୍ଚିଛି । ସେହିପରି ମୁମ୍ବାଇରେ ୨୪ କ୍ୟାରେଟ ମୂଲ୍ୟ ୧,୫୧,୧୦୦ ଟଙ୍କା ଓ ୨୨ କ୍ୟାରଟେ ମୂଲ୍ୟ ୧,୩୮,୫୦୦ ଟଙ୍କା ରହିଛି । ନୂଆଦିଲ୍ଲୀରେ ୨୪ କ୍ୟାରେଟ ୧,୫୧,୨୫୦ ଟଙ୍କା ଓ ୨୨ କ୍ୟାରଟେ ୧,୩୮,୬୫୦ ଟଙ୍କା ରହିଛି । ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୪ କ୍ୟାରଟେ ମୂଲ୍ୟ ୧,୫୩,୦୬୦ ଟଙ୍କା ଥିବାବେଳେ ୨୨ କ୍ୟାରେଟ ମୂଲ୍ୟ ୧,୪୦,୩୦୦ ଟଙ୍କା ରହିଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୧,୫୧,୧୦୦ ଓ ୨୨ କ୍ୟାରେଟ ମୂଲ୍ୟ ୧,୩୮,୫୦୦ ଟଙ୍କା ରହିଛି । ଅନ୍ୟପଟେ ରୁପା ମୂଲ୍ୟ କିଲୋ ପିଛା ୨,୬୫,୦୦୦ ଟଙ୍କା ହୋଇଛି । ଅନ୍ୟପକ୍ଷରେ ରୁପାକୁ କେବଳ ଗହଣା ଭାବେ ବ୍ୟବହାର କରାଯାଉନାହିଁ। ସୋଲାର, ଇଲେକ୍ଟ୍ରୋନିକ୍ସ ଓ ଇଭି ଶିଳ୍ପରେ ଏହାର ବ୍ୟବହାର ବଢ଼ୁଛି । ଏଥିସହିତ ଅନ୍ୟ କେତେକ କାରଣରୁ ବଜାରରେ ରୁପା ଦର ବଢ଼ୁଛି ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି ।