ଲକ୍ଷ୍ନୌ(ସତ୍ୟପାଠବ୍ୟୁରୋ) : ସୋମବାର ଲକ୍ଷ୍ନୌର ଅଲିଗଞ୍ଜ ସ୍ଥିତ ପୂର୍ଣ୍ଣିଆ ଅଞ୍ଚଳରେ ଥିବା ଏକ କୋଚିଂ ସେଣ୍ଟର କମ୍୍ ଗେମିଂ ଜୋନ୍୍ରେ ଭୀଷଣ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ୧୧ ଜଣଙ୍କ ମୃତ୍ୟୁ ହୋଇଛି। ଭୟରେ ପିଲାମାନେ ଛାତରୁ ଡେଇଁ ପଡ଼ିଥିବା ଜଣାପଡ଼ିଛି। ନିଆଁକୁ ଆୟତ୍ତ କରିବା ପାଇଁ ଅଗ୍ନିଶମ କର୍ମଚାରୀଙ୍କ ୮ଟି ଗାଡ଼ି ଘଟଣାସ୍ଥଳ ନିୟୋଜିତ ହୋଇଛି। ତିନି ମହଲା ବିଶିଷ୍ଠ କୋଠାରେ ନିଆଁ ଲାଗିଥିବାବେଳେ ଉପର ମହଲା ପ୍ରଥମେ ଲାଗିଥିବା ସୂଚନା ମିଳିଛି। ଗୁରୁତର ଛାତ୍ରଛାତ୍ରୀଙ୍କୁ କିଙ୍ଗ ଜର୍ଜ ମେଡିକାଲ ୟୁନିଭର୍ସିଟି (କେଜିଏମୟୁ)ର ଟ୍ରମା ସେଣ୍ଟରରେ ଭର୍ତ୍ତି କରାଯାଇଛି। ସଟ ସର୍କିଟ ଯୋଗୁଁ ନିଆଁ ଲିଗିଥିବା ସନ୍ଦେହ କରାଯାଉଥିବାବେଳେ ପୋଲିସ ଘଟଣାର ତଦନ୍ତ କରୁଛି। ସାତରୁ ଆଠ ଜଣ ଛାତ୍ରଛାତ୍ରୀ ନିଜର ଜୀବନ ବଞ୍ଚାଇବା ପାଇଁ କୋଠାରୁ ଡ଼େଇପଡ଼ି ଥିଲେ। ପ୍ରାୟ ୨୦ରୁ ୨୫ ଜଣ ଛାତ୍ରଛାତ୍ରୀ ଏବେ ବି କୋଚିଂ ସେଣ୍ଟର ଭିତରେ ଫସି ରହିଥିବାର ଆଶଙ୍କା କରାଯାଉଛି।
