ମହାକାଳପଡ଼ା, (ସତ୍ୟପାଠବ୍ୟୁରୋ): ମହାକାଳପଡ଼ା ତିଖରି ସରପଞ୍ଚ ଚାମେଲି ଓଝା ପ୍ରସଙ୍ଗରେ ଅଭିଯୁକ୍ତଙ୍କ ଗିରଫ ଓ ଆଇଆଇସି, ବିଡିଓଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ କେନ୍ଦ୍ରାପଡ଼ା ଏସପି ଅଫିସ୍ ଅଭିମୁଖେ ପଦଯାତ୍ରା କରିଛନ୍ତି। କେନ୍ଦ୍ରାପଡ଼ା ଏସପିଙ୍କ ଅଫିସ୍ ଆଗରେ ଚାମେଲିଙ୍କ ପ୍ରତିବାଦ। ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ, ଆଇଆଇସି ଓ ମହାକାଳପଡ଼ା ବିଡିଓଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଦାବିରେ ଗରାପୁର ଗାନ୍ଧୀ ପ୍ରତିମୂର୍ତ୍ତି ନିକଟରୁ ପଦ ଯାତ୍ରା କରିଛନ୍ତି। ପରେ ଚାମେଲି ଏସପି କାର୍ଯ୍ୟାଳୟରେ ଅନିର୍ଦ୍ଧିଷ୍ଟ କାଳ ଧାରଣାରେ ବସିବେ।