ଭୁବନେଶ୍ୱର: ସାରଙ୍କ ପରେ ମ୍ୟାଡ଼ାମ ସମ୍ଭାଳିବେ ବିଜେଡି। ଖୁବଶୀଘ୍ର ହୋଇପାରେ ଭିକେ ପାଣ୍ଡିଆନଙ୍କ ଧର୍ମପତ୍ନୀ ସୁଜାତା କାର୍ତ୍ତିକେୟନଙ୍କ ଏଣ୍ଟ୍ରି। ଏନେଇ ନବୀନ ନିବାସରେ ରୁଦ୍ଧଦ୍ବାର ବୈଠକ ଅନୁଷ୍ଠିତ ହୋଇଯାଇଛି। ମିଳିଥିବା ସୂଚନା ଅନୁସରେ ଆଜି (ବୁଧବାର) ଅପରାହ୍ନ ସମୟରେ ନବୀନ ନିବାସରେ ବଡ଼ ହଲଚଲ ଦେଖିବାକୁ ମିଳିଥିଲା। ନବୀନ ନିବାସରେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ବରିଷ୍ଠ ନେତା ଅତନୁ ସବ୍ୟସାଚୀ ନାୟକ, ପ୍ରତାପ ଜେନା ପ୍ରମୁଖ୍ ଉପସ୍ଥିତ ଥିବା ବେଳେ ଏହି ବୈଠକରେ ବିଜେଡିରେ ସୁଜାତାଙ୍କ ଏଣ୍ଟ୍ରି ନେଇ ଆଲୋଚନା ହୋଇଥିବା ଜଣାପଡିଛି। ତେବେ ବୈଠକ ପରେ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି ଯେ, ସୁପ୍ରିମୋ ନିଷ୍ପତ୍ତି ନେବେ। ସେହିପରି ପ୍ରମିଳା ମଲ୍ଲିକ ମଧ୍ୟ ସମାନ କଥା କହିଛନ୍ତି। କିନ୍ତୁ ପୂର୍ବତନ ମନ୍ତ୍ରୀ ତଥା ବିଜେଡି ନେତ୍ରୀ ଟୁକୁନି ସାହୁ କହିଛନ୍ତି ଯେ, ତାଙ୍କ ଏଣ୍ଟ୍ରି ହେଲେ ସ୍ୱାଗତ କରାଯିବ। କାରବ ମହିଳା ସଶକ୍ତିକରଣ ନେଇ ସୁଜାତାଙ୍କ ଅବଦାନ ରହିଛି। ତେବେ ଦେଖାଯାଉ ଆଗକୁ ଦଳର ସ୍ଥିତି କିପରି ହେଉଛି।