ରାଉରକେଲା(ସତ୍ୟପାଠବ୍ୟୁରୋ): ଯୁବତୀଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଦୁର୍ବୃତ୍ତ। ତାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ବ୍ଲକ ସନ୍ତୋଷପୁର ପଞ୍ଚାୟତ ଜାରାଟୋଲା ଗାଁରେ। ସୂଚନାଯୋଗ୍ୟ ଯେ, ଯୁବତୀଜଣକ ଶୋଇଥିବାବେଳେ ଝରକା ପଟରୁ କେହି ଦୁର୍ବୃତ୍ତ ପେଟ୍ରୋଲ ଢାଳି ନିଆଁ ଲଗାଇ ହତ୍ୟା ଉଦ୍ୟମ କରିଥିବା ଜଣାପଡ଼ିଛି। ତାଙ୍କ ଅବସ୍ଥା ଗୁରୁତର ଥିବାରୁ ଏକ ଘରୋଇ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ପୋଲିସ ଓ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ କରୁଛି। ତେବେ କେଉଁ କାରଣରୁ କିଏ ଏଭଳି ହତ୍ୟା ଉଦ୍ୟମ କରିଛି ସେନେଇ ଜଣାପଡ଼ି ପଡ଼ିନାହିଁ।