‎ଜ୍ୟେଷ୍ଠ ମାସ ପୂର୍ଣ୍ଣିମାକୁ ଦେବସ୍ନାନ ପୂର୍ଣ୍ଣିମା କୁହାଯାଏ। ଶାସ୍ତ୍ର ଅନୁଯାୟୀ, ଚତୁର୍ଦ୍ଧା ବିଗ୍ରହମାନେ ବର୍ଷରେ ଏହି ଗୋଟିଏ ଦିନ ପ୍ରତ୍ୟକ୍ଷ ସ୍ନାନ କରିଥାନ୍ତି। ତେଣୁ ଉକ୍ତ ଦିନକୁ ସ୍ନାନଯାତ୍ରା ବୋଲି କୁହାଯାଏ। ସ୍ନାନମଣ୍ଡପରେ ଚତୁର୍ଦ୍ଧାମୂର୍ତିଙ୍କୁ ପାରମ୍ପରିକ ରୀତିରେ ବେଦଧ୍ୱନି ପୂର୍ବକ ୧୦୮ କଳସୀ ଜଳରେ ସ୍ନାନ କରାଯାଏ। ଏହାପରେ ଦିଅଁମାନଙ୍କୁ ଗଜାନନ ବେଶରେ ସଜ୍ଜିତ କରାଯାଇଥାଏ। ସାଧାରଣତଃ ବର୍ଷରେ ଥରୁଟିଏ ଶ୍ରୀଜଗନ୍ନାଥ ଭଉଣୀଭାଇଙ୍କ ସହିତ ଜଳସ୍ନାନ କରନ୍ତି, ଅନ୍ୟ ସମୟରେ ତାଙ୍କୁ ମନ୍ତ୍ରସ୍ନାନ କରାଯାଏ ବା ବିମ୍ବ ସ୍ନାନ କରାଯାଇଥାଏ। ମହାପ୍ରଭୁଙ୍କ ଦ୍ବାଦଶ ଯାତ୍ରା ମଧ୍ୟରୁ ସ୍ନାନଯାତ୍ରା ଅନ୍ୟତମ । ଏହାକୁ ଆଦ୍ୟ ଯାତ୍ରା ବୋଲି ମଧ୍ୟ କୁହାଯାଏ । ଏହି ଦିନକୁ ଶ୍ରୀବିଗ୍ରହମାନଙ୍କ ଜନ୍ମଦିନ ରୂପେ ମଧ୍ୟ ପାଳନ କରାଯାଇଥାଏ।