ରାୟଗଡ଼ା(ସତ୍ୟପାଠବ୍ୟୁରୋ): ରାୟଗଡ଼ା ଜିଲ୍ଲାକଲ୍ୟାଣସିଂହପୁର ବ୍ଲକରେ ଘଟିଥିବା ପିଲାଚୋରି ସନ୍ଦେହରେ ଭିଡ଼ ହିଂସା ମାମଲାର ତଦନ୍ତ କରିବ ଏନଆଇଏ। କେନ୍ଦ୍ର ଗୃହ ମନ୍ତ୍ରାଳୟ ଏହି ଆକ୍ରମଣ ଘଟଣାର ଗୁରୁତ୍ବ ଅନୁଭବ କରି ଏହି ମାମଲାକୁ ଜାତୀୟ ତଦନ୍ତକାରୀ ସଂସ୍ଥାକୁ ହସ୍ତାନ୍ତର କରିଛି। ଏନଆଇଏର ଅଧିକାରୀମାନେ ରାୟଗଡ଼ାରେ ପହଞ୍ଚି କଲ୍ୟାଣସିଂହପୁର ଅଭିମୁଖେ ଯାଇଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି I ପୂର୍ବରୁ ଏହି ଘଟଣା ରେଡ ଫ୍ଳାଗ କେଶ ବୋଲି ଓଡ଼ିଶା ଡିଜିପି ଘୋଷଣା କରିଥିଲେ I ଏନେଇ କ୍ରାଇମ ବ୍ରାଞ୍ଚକୁ ରାୟଗଡ଼ା ପୋଲିସ ସହାୟତା କରୁଛି ବୋଲି ରାୟଗଡା ଆରକ୍ଷୀ ଅଧୀକ୍ଷକ ରାଜ ପ୍ରସାଦ ଗଣମାଧ୍ୟମକୁ ସୂଚନା ଦେଇଥିଲେ। ଏହି ଘଟଣାରେ ପୋଲିସର ମହିଳା ଓ ଶିଶୁ ବିରୋଧୀ ବିଭାଗର ଏଡିଜି ଏସ ସାଇନି ତଦନ୍ତ କରିବା ନେଇ ପୋଲିସ ସୂଚନା ଦେଇଥିଲା I ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା ୨୨ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ବହୁ ଲୋକଙ୍କୁ ଅଟକ ରଖି ଜେରା ଚାଲିଛି। ତଦନ୍ତ ଚାଲୁଥିବାରୁ ବହୁ ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି । ସେମାନଙ୍କୁ ଧରିବା ପାଇଁ ଜିଲ୍ଲା ପୋଲିସ ତରଫରୁ ଏକାଧିକ ଟିମ ଗଠନ କରି ତଦନ୍ତ ଚାଲିଥିବା ଏସପି ରାଜ ପ୍ରସାଦ ସୂଚନା ଦେଇଛନ୍ତି। ଏହି ଘଟଣାରେ ଯେଉଁମାନେ ଘଟଣାର ଭିଡିଓ ଉତ୍ତୋଳନ କରିଛନ୍ତି ଏବଂ ପରବର୍ତ୍ତୀ ସମୟରେ ଏହାକୁ ଭାଇରଲ କରିଛନ୍ତି ସେମାନଙ୍କ ବିରୋଧରେ ମଧ୍ୟ ଆଇଟି ଆକ୍ଟ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନେଇ ପୋଲିସ କହିଥିଲେ। ଏନେଇ ପୋଲିସର ସାଇବର ଟିମ ଏବଂ ଦକ୍ଷିଣ ପୂର୍ବାଞ୍ଚଳ ଡିଆଇଜି ଅଖିଳେଶ୍ବର ସିଂଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଚାଲିଛି। ଏଠାରେ ସୂଚନାଯୋଗ୍ୟ ଯେ, ୨ ଜଣ ସ୍ବେଚ୍ଛାସେବୀ ଫେଲୋସିପ ପାଇଁ ଓଡ଼ିଶା ଆସିଥିବାବେଳେ ଗୁଗୁଲ ମ୍ୟାପର ସହାୟତା ନେଇ ଦାରିଙ୍ଗିବାଡିରୁ କଳାହାଣ୍ଡି ଜିଲ୍ଲା ଥୁଆମୁଳ ରାମପୁର ଅଭିମୁଖେ ଗଲାବେଳେ ବାଟ ହୁଡି ରାୟଗଡ଼ା ଜିଲ୍ଳା କଲ୍ୟାଣସିଂହପୁର ବ୍ଲକ କାନ୍ଦୁଲଗୁଡାରେ ପହଁଚିଥିଲେ ପିଲାଚୋରି ଭଳି ଗୁଜବରୁ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ପ୍ରତିକ୍ରୀୟା ସୃଷ୍ଟି ହୋଇ ପରବର୍ତ୍ତୀ ସମୟରେ ୨ ସ୍ବେଚ୍ଛାବୀ ଭିଡ ହିଂସାର ଶିକାର ହୋଇଥିଲେ। ଏଭଳି ସ୍ପର୍ଶକାତର ଘଟଣାରେ ଏନ.ଆଇ.ଏ ଭଳି ଜାତୀୟ ତଦନ୍ତକାରୀ ସଂସ୍ଥା କରୁଥିବାରୁ ଘଟଣା କେତେ ଗୁରୁତ୍ୱ ବହନ କରୁଛି ସହଜରେ ଅନୁମେୟ I
