ନୂଆଦିଲ୍ଲୀ(ସତ୍ୟପାଠବ୍ୟୁରୋ) : c ନିବେଶ, ପ୍ରତିରକ୍ଷା, ସେମିକଣ୍ଡକ୍ଟର, ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ, ଯୋଗାଣ ଶୃଙ୍ଖଳ, ସାମୁଦ୍ରିକ ସୁରକ୍ଷା ଓ ଆଞ୍ଚଳିକ- ବୈଶ୍ବିକ ପ୍ରସଙ୍ଗ ଉପରେ ଗୁରୁତ୍ବପୂର୍ଣ୍ଣ ଆଲୋଚନା କରିଛନ୍ତି। ଏହାପୂର୍ବରୁ ତାକାଇଚିଙ୍କୁ ରାଷ୍ଟ୍ରପତି ଭବନରେ ଆନୁଷ୍ଠାନିକ ଭାବେ ସ୍ୱାଗତ ସମ୍ବର୍ଦ୍ଧନା ଓ ଗାର୍ଡ ଅଫ୍ ଅନର ଦିଆଯାଇଥିଲା। ତାକାଇଚି ଜାପାନର ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହେବା ପରେ ପ୍ରଥମ ଥର ଭାରତ ଗସ୍ତରେ ଆସିଛନ୍ତି। ତାଙ୍କର ତିନି ଦିନିଆ ଗସ୍ତ ସମୟରେ ତାକାଇଚି ଭାରତ-ଜାପାନ ବିଜନେସ୍‌ ଫୋରମରେ ମଧ୍ୟ ଅଂଶଗ୍ରହଣ କରିବେ, ଯେଉଁଠାରେ ଦୁଇ ଦେଶ ମଧ୍ୟରେ ନିବେଶ ଓ ଆର୍ଥିକ ସହଯୋଗ ବୃଦ୍ଧି ଉପରେ ଆଲୋଚନା କରାଯିବ। ଏହି ଅବସରରେ ଅର୍ଥନୈତିକ ସୁରକ୍ଷା ସହଯୋଗ ପାଇଁ ଏକ ରୋଡମ୍ୟାପ୍ ପ୍ରସ୍ତୁତ କରିବାକୁ ଭାରତ ଏବଂ ଜାପାନର ମିଳିତ ପ୍ରୟାସକୁ ଗୁରୁତ୍ୱାରୋପ କରିଥିଲେ।

 

ପ୍ରଧାନମନ୍ତ୍ରୀ ମୋଦୀ ଘୋଷଣା କରିଛନ୍ତି ଯେ ପ୍ରତିରକ୍ଷା କ୍ଷେତ୍ରରେ ବିକାଶ ପାଇଁ ଦୁଇ ଦେଶ ଏକ ଚୁକ୍ତି ମଧ୍ୟ ସ୍ୱାକ୍ଷର କରିଛନ୍ତି। ସେମାନେ କୃତ୍ରିମ ବୁଦ୍ଧିମତ୍ତା (AI), ଧାତୁ ଏବଂ ଶକ୍ତି କ୍ଷେତ୍ରରେ ସେମାନଙ୍କର ସହଯୋଗ ବୃଦ୍ଧି କରିବା ପାଇଁ ଚୁକ୍ତିପତ୍ର ସ୍ୱାକ୍ଷର କରିଛନ୍ତି। ଭାରତ ଓ ଜାପାନ ବାଣିଜ୍ୟରେ ଆମେରିକୀୟ ଡଲାରର ଗୁରୁତ୍ବ ହ୍ରାସ କରିବା ଦିଗରେ କାର୍ଯ୍ୟ କରୁଛନ୍ତି। ଦୁଇ ଦେଶ ଏକ ଏପରି ବ୍ୟବସ୍ଥା ଉପରେ କାମ କରୁଛନ୍ତି ଯାହା ବାଣିଜ୍ୟ ପେମେଣ୍ଟକୁ ସିଧାସଳଖ ଭାରତୀୟ ଟଙ୍କା ଓ ଜାପାନୀ ୟେନରେ କରିବାକୁ ଅନୁମତି ଦେବ। ଏହି ଯୋଜନା ଅନ୍ତର୍ଗତ ଜାପାନ କମ୍ପାନି ଭାରତର ବ୍ୟାଙ୍କରେ ସ୍ବତନ୍ତ୍ର ଆକାଉଣ୍ଟ ଖୋଲି ସିଧାସଳଖ ଭାରତୀୟ ଟଙ୍କା ଓ ଜାପାନର ୟେନ୍‌‌ରେ କାରବାର କରିପାରିବେ। ଜାପାନର ଅର୍ଥ ମନ୍ତ୍ରଣାଳୟ ସ୍ଥାନୀୟ ମୁଦ୍ରାର ବ୍ୟବହାରକୁ ପ୍ରୋତ୍ସାହିତ କରିବା ପାଇଁ ୨୦୨୬ ଆର୍ଥିକ ବର୍ଷରେ ଭାରତୀୟ ରିଜର୍ଭ ବ୍ୟାଙ୍କ ସହିତ ଏକ ସହଯୋଗ ଚୁକ୍ତିନାମା ସ୍ୱାକ୍ଷର କରିବାକୁ ଯାଉଛି। ଭାରତ ଓ ଜାପାନ ମଧ୍ୟରେ ଆର୍ଥିକ ସମ୍ପର୍କ ସ୍ଥିର ଭାବରେ ମଜଭୁତ ହେଉଛି। ୨୦୨୫-୨୬ ଆର୍ଥିକ ବର୍ଷରେ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ୨୭.୫ ବିଲିୟନ ଡଲାରରେ ପହଞ୍ଚିଛି। ୨୦୨୫ ଏପ୍ରିଲରୁ ଡିସେମ୍ବର ମଧ୍ୟରେ ଜାପାନ ଭାରତରେ ୩.୨ ବିଲିୟନ ଡଲାର ନିବେଶ କରିଛି। ଜାପାନ ଆଗାମୀ ୧୦ ବର୍ଷ ମଧ୍ୟରେ ଭାରତରେ ୬୧ ବିଲିୟନ ଡଲାରରୁ ଅଧିକ ନିବେଶ କରିବାର ଲକ୍ଷ୍ୟ ମଧ୍ୟ ରଖିଛି। ଭାରତରେ ବର୍ତ୍ତମାନ ୧୪୦୦ ଜାପାନ କମ୍ପାନି କାମ କରୁଛନ୍ତି।