ତେହେରାନ(ସତ୍ୟପାଠବ୍ୟୁରୋ): ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ଇରାନର ଦିବଂଗତ ସୁପ୍ରିମ ଲିଡର ଆୟାତୋଲ୍ଲା ଅଲ୍ଲି ଖାମନେଇଙ୍କ ବିଦାୟକାଳୀନ ସଭାରେ ଇରାନର ବରିଷ୍ଠ ନେତୃତ୍ୱ ଭାବପ୍ରବଣ ହୋଇପଡିଥିବା ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଆଜି ଅନ୍ତିମ ବିଦାୟ ସମୟରେ ଇରାନ ସଂସଦର ବାଚସ୍ପତି ମହମ୍ମଦ ବାଘେର ଗାଲିବାଫ ଓ ବୈଦେଶିକ ମନ୍ତ୍ରୀ ସେୟଦ ଆବାସ୍ ଆରାଘଚିଙ୍କ ଆଖିରେ ଲୁହ ଦେଖିବାକୁ ମିଳିଥିଲା।

୩୭ ବର୍ଷ ଧରି ଇରାନକୁ ଶାସନ କରିଥିବା ସର୍ବୋଚ୍ଚ ନେତା ଆୟାତୋଲ୍ଲା ଖାମନେଇ ଆମେରିକା ଏବଂ ଇସ୍ରାଏଲର ବିମାନ ଆକ୍ରମଣରେ ପ୍ରାଣ ହରାଇଥିଲେ। ତାଙ୍କୁ ଶେଷ ବିଦାୟ ପାଇଁ ଗ୍ରାଣ୍ଡ ମୋସାଲ୍ଲାରେ ରଖାଯାଇଛି। ଗତ ଫେବୃଆରୀ ୨୮ ତାରିଖରେ ଆରମ୍ଭ ହୋଇଥିବା ଆକ୍ରମଣର ପ୍ରଥମ ଦିନରେ ତାଙ୍କ ପରିବାରର ଅନେକ ସଦସ୍ୟଙ୍କ ସହ ମୃତ୍ୟୁ ଘଟିଥିଲା। ତାଙ୍କ ୮ ବର୍ଷୀୟା ନାତୁଣୀ ମଧ୍ୟ ଆକ୍ରମଣରେ ପ୍ରାଣ ହରାଇଥିଲେ।

ତେବେ ଆଜି ଖାମନେଇଙ୍କ କଫିନକୁ ତେହେରାନର ଗ୍ରାଣ୍ଡ ମୋସାଲ୍ଲାକୁ ଅଣାଯାଇଥିଲା। ଏହାପୂର୍ବରୁ ସର୍ବୋଚ୍ଚ ତାଙ୍କ ହତ୍ୟାର ପ୍ରତିଶୋଧ ନେବା ପାଇଁ ଲୋକମାନଙ୍କୁ ବହୁ ସଂଖ୍ୟାରେ କାର୍ଯ୍ୟକ୍ରମରେ ଯୋଗଦେବାକୁ ଗାଲିବାଫ ନିବେଦନ କରି କହିଥିଲେ ଯେ, ପ୍ରତିଶୋଧ ପାଇଁ ଦେଶର ଆହ୍ୱାନ ସମଗ୍ର ବିଶ୍ୱ ଶୁଣିବାକୁ ପଡିବ। ଖାମନେଇଙ୍କ ୬ ଦିନିଆ ଅନ୍ତିମ ବିଦାୟ କାର୍ଯ୍ୟକ୍ରମରେ ପ୍ରାୟ ୧୫ ରୁ ୨୦ କୋଟି ଲୋକଙ୍କ ସମାଗମ ହେବାର ଆଶା କରାଯାଉଛି। ଯାହା ଦ୍ବାରା ସାରା ଦେଶରେ ବିଶେଷ କରି ରାଜଧାନୀ ତେହେରାନରେ ଉଚ୍ଚ ସୁରକ୍ଷା ସତର୍କତା ଜାରି କରାଯାଇଛି।