ରାୟଗଡ଼ା(ସତ୍ୟପାଠ ବ୍ୟୁରୋ)ଦୁର୍ନୀତି ବିରୋଧରେ ସରକାରଙ୍କ ଶୂନ୍ୟ ସହନଶୀଳତା ନେଇ ସବୁଠି ଭିଜିଲାନ୍ସ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ରାଜସ୍ବ ନୀରିକ୍ଷକ। ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଗୁଣପୁର ତହସିଲ ଅନ୍ତର୍ଗତ ସିରିଝୋଲି ସର୍କିଲର ରାଜସ୍ୱ ନିରୀକ୍ଷକ ସୁଶାନ୍ତ ମଲ୍ଲିକ। ଜଣେ ହିତାଧିକାରୀଙ୍କ ଠାରୁ ପଟା ଟ୍ରାନ୍ସଫର କରିବା ପାଇଁ ୨୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ମାଡ଼ିବସିଲା ଭିଜିଲାନ୍ସ। ଚଢ଼ଉ ସମୟରେ ରାୟଗଡ଼ା , ଭବାନୀପାଟଣା ଓ ଜୟପୁର ଭିଜିଲାନ୍ସ ବିଭାଗର ଟିମ୍ ସାମିଲ ଥିଲେ। ପୁରୁଣା ତହସିଲ ଅଫିସ କାର୍ଯ୍ୟାଳୟରେ ଚଢ଼ଉ କରି ଭିଜିଲାନ୍ସ ବିଭାଗ ରଙ୍ଗ ବୋଳା ଯାଇଥିବା ଟଙ୍କା ଜବତ କରିଛି। ପରେ ଗୁଣପୁର ତହସିଲ କାର୍ଯ୍ୟାଳୟରେ ପହଂଚି ତହସିଲଦାରଙ୍କ ସହ ଘଟଣା ସମ୍ପର୍କରେ ଅବଗତ କରିବା ସହ ଗୁଣପୁର ପୌର ପରିଷଦ ଶ୍ରୀନଗର ସ୍ଥିତ ଭଡା ଘରେ ଓ ସିରିଝୋଲିର ଅଫିସରେ ମଧ୍ୟ ଭିଜିଲାନ୍ସ ବିଭାଗ ରେଡ କରିଥିଲା । ଏହି ଚଢ଼ଉରେ ୨ ଜଣ ଡିଏସପି, ୩ ଇନ୍ସପେକ୍ଟର, ଏଏସଆଇ ୩ ଜଣଙ୍କ ସମେତ ଏକ ୧୫ ଜଣିଆ ଟିମ୍ ସାମିଲ ଥିଲେ ।
