ଭଦ୍ରକ(ସତ୍ୟପାଠ ବ୍ୟୁରୋ): ଭଦ୍ରକ ଜିଲ୍ଲା ତିହିଡି ପୋଲିସକୁ ମିଳିଛି ଆଉ ଏକ ବଡ ସଫଳତା। ତିହିଡି ସଦର ବଜାରରେ ଅବସ୍ଥାପିତ ମଦ ଦୋକାନରୁ ଚୋରି ହୋଇଥିବା ଘଟଣାର ପର୍ଦ୍ଦଫାସ କରିଛି ପୋଲିସ। ଅଭିଯୁକ୍ତର ମୋବାଇଲ୍ ଟ୍ରାକିଂ କରିବା ସହିତ ବିଭିନ୍ନ ସ୍ଥାନରେ ତଲାସ କରି ଚୋରକୁ ଧରିବାରେ ସଫଳ ହୋଇଛି। ଗିରଫ ଅଭିଯୁକ୍ତ ରାଜକିଶୋର ସାହୁ। ଗତ ୧୦ ତାରିଖରେ ରାଜ କିଶୋରଙ୍କୁ  ସେଲସମ୍ୟାନ ଭାବେ ନିଯୁକ୍ତି ଦେଇଥିଲେ ଦୋକାନୀ। ରାଜ କିଶୋର ଦୋକାନରୁ ୯ ଲକ୍ଷ ୮୦ ହଜାର ଟଙ୍କା ଚୋରି କରି ନେଇ ଫେରାର ହୋଇଯାଇଥିଲା। ତିହିଡ଼ି ପୋଲିସ, ଭଦ୍ରକ ଏସପିଙ୍କ ହସ୍ତକ୍ଷେପରେ ରାଜ କିଶୋରଙ୍କୁ ଗିରଫ କରାଯାଇଛି। ତାଠାରୁ ୬ଲକ୍ଷ ଟଙ୍କା ୫୦ ହଜାର ଟଙ୍କା ଉଦ୍ଧାର ହୋଇଛି।ଏହାସହ ଏକ ୟୁନିକର୍ଣ୍ଣ ଗାଡ଼ି ମଧ୍ୟ ଜବତ ହୋଇଛି।