ବଣାଇଁ (ସତ୍ୟପାଠ ବ୍ୟୁରୋ): ଭିନ୍ନକ୍ଷମମାନଙ୍କ ସୁବିଧା ପାଇଁ ସରକାର ବିଭିନ୍ନ ଯୋଜନା କରିଛନ୍ତି। ପ୍ରତ୍ୟେକ ଭିନ୍ନକ୍ଷମ ଯେପରି ସମାଜରରେ ସ୍ବାବଲମ୍ବୀ ହୋଇ ବଞ୍ଚିପାରିବେ, େସଥିପାଇଁ ମଧ୍ୟ ସୁବ୍ୟବସ୍ଥା କରାଯାଇଛି। ହେଲେ ଅଧିକାରୀଙ୍କସ୍ତରରେ ହେୟଜ୍ଞାନ ତଥା ଅବହେଳା ଯୋଗୁଁ କିଛି େକ୍ଷତ୍ରରେ ଭିନ୍ନକ୍ଷମମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଥିବା େଦଖିବାକୁ ମିଳିଛି। ଏଭଳି ଜଣେ ବଣାଇଁ ବ୍ଲକ୍ ଝୀର୍ଡାପାଲି ପଞ୍ଚାୟତର ଚନ୍ଦ୍ରପୁର ଗ୍ରାମର ସଞ୍ଜୟ ମୁଣ୍ଡାଙ୍କ ବଡ଼ ଝିଅ ସାଲୋନି ମୁଣ୍ଡା। ସାଲୋନିଙ୍କ ବୟସ ୧୨ ବର୍ଷ। ହେଲେ ସେ ଜନ୍ମରୁ ଭିନ୍ନକ୍ଷମ। ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଓଡ଼ିଶା ସରକାର ତରଫରୁ ତାଙ୍କୁ ୪୦ପ୍ରତିଶତ ଓ ୬୦ପ୍ରତିଶତରୁ କମ୍  ପରିଚୟ ପତ୍ର ନଂ ୨୦ ବଳରେ ୨୦୨୫ ମସିହା ଜାନୁଆରୀ ମାସ ପର୍ଯ୍ୟନ୍ତ ଭତ୍ତା ପାଇ ଆସୁଥିଲେ। ହେଲେ  ଆଜିକୁ ପ୍ରାୟ ଦେଢ ବର୍ଷ ହେବ ତାଙ୍କୁ ଭତ୍ତା ମିଳୁ ନାହିଁ। ଏ େନଇ ପରିବାର େଲାକେ ବାରମ୍ବାର ବିଭାଗୀୟ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିବା ପରେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରୁଥିବା କହିଛନ୍ତି। ଅପରପକ୍ଷରେ ସାଲୋନି ଝୀର୍ଡାପାଲି ସ୍କୁଲର ସପ୍ତମ ଶ୍ରେଣୀରେ ପଢ଼ୁଥିବା େବଳେ ତାଙ୍କ ଘର ସ୍କୁଲରୁ ୭ କିଲୋମିଟର ଦୂରରେ । ହେଲେ ପ୍ରତି ଦିନ ସ୍କୁଲ ଯିବା ଆସିବା ପାଇଁ ସେ ଅସମର୍ଥ। ଏନେଇ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ କହିଛନ୍ତି, ସାଲୋନିଙ୍କ ୁଉଚ୍ଚତା କମ ସହିତ ଭିନ୍ନକ୍ଷମ। ଯଦି ସରକାର ସାଲୋନିଙ୍କୁ ବୋଡ଼ିଂ ସ୍କୁଲରେ ପାଠ ପଢ଼ନ୍ତି ତାହାଲେ ତାର ଭବିଷ୍ୟତ ଉଜ୍ଜଳ ହେବ େବାଲି କହିଛନ୍ତି।