ଯାଜପୁର(ସତ୍ୟପାଠ ବ୍ୟୁରୋ): ଯାଜପୁର ଜିଲ୍ଲା ଯାରକା ସ୍ଥ଄ତ ଧର୍ମଶାଳା ଇନଡ଼ୋର ଷ୍ଟାଡ଼ିୟମରେ ୪ ଦିନ ଧରି ଚାଲିଥିବା ରାଜ୍ୟ ୧୩ ବର୍ଷରୁ କମ୍‌ ଚେସ୍‌ ପ୍ରତିଯୋଗୀତା ଉଦ୍‌ଯାପିତ ହୋଇଯାଇଛି। ଅଲ୍‌ ଓଡ଼ିଶା ଚେସ୍‌ ସଂଘ ଓ ଯାଜପୁର ଚେସ୍‌ ଆସୋସିଏସନର ମିଳିତ ଆନୁକୂଲ୍ୟରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ବାଳିକା ବିଭାଗରେ ନୈନିକା ସାହୁ  ୭ ପଏଣ୍ଟ ରଖି ଚମ୍ପିଆନ ହୋଇଥିବା ବେଳେ ଆର୍ଣ୍ଣିକା ଦାସ ୬ ପଏଣ୍ଟ ରଖି ରନସର୍ପ ହୋଇଛନ୍ତି। ସେହିପରି ବାଳକ ବିଭାଗରେ ମନୀଷ ମିଶ୍ର ୭ ପଏଣ୍ଟ ଓ ସାୟଂସ ଦାସ ୬.୫  ପଏଣ୍ଟ ରଖି ରନର୍ସଅପ ହୋଇଛନ୍ତି। ଏହି ପ୍ରତିଯୋଗିତାରେ ମୋଟ ୮ ରାଉଣ୍ଡ ଖେଳା ଯାଇଥିଲା। ଏଥିରେ ଉତ୍ତୀର୍ଣ୍ଣ ଖେଳାଳିଙ୍କୁ ପୁରସ୍କାର ରାଶି ସହ ଟ୍ରଫି ଓ ମେଡ଼ାଲ ପ୍ରଦାନ କରାଯାଇଥିଲା। ଏଥିରେ ଉତ୍ତୀର୍ଣ୍ଣ ଚାମ୍ପିଅନ ଓ ରନର୍ସଅପ ଖେଳାଳି ଜାତୀୟ ୧୩ ବର୍ଷରୁ କମ୍‌ ଚେସ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଛନ୍ତି।