ରାଜ୍ୟସଭା ଡେପୁଟି ଲିଡର ପଦରୁ ରାଘବ ଚଡ୍ଡ।ଙ୍କୁ ହଟାଇଲା AAP

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଆମ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ରାଘବ ଚଢାଙ୍କୁ ଏକ ବଡ଼ ଝଟକା ଲାଗିଛି। ଏକ ବଡ଼ ପରିବର୍ତ୍ତନରେ, ଆମ ଆଦମୀ ପାର୍ଟି ରାଜ୍ୟସଭା ସାଂସଦ ରାଘବ ଚଡ୍ଡ।ଙ୍କୁ ଉପନେତା ପଦରୁ ହଟାଇ ଦେଇଛି। ତେବେ ତାଙ୍କ ସ୍ଥାନରେ ଲଭଲି ପ୍ରଫେସନାଲ ୟୁନିଭରସିଟିର କୁଳପତି ଏବଂ ଦଳର ସାଂସଦ ଡକ୍ଟର ଅଶୋକ କୁମାର ମିତ୍ତଲ ରାଜ୍ୟସଭାରେ ଦଳର ନୂତନ ଉପନେତା ହେବେ ବୋଲି ସୂଚନା ମିଳିଛି । ସେପଟେ ରାଘବ ଚଡ୍ଡ। ସମ୍ପର୍କରେ ରାଜ୍ୟସଭା ସଚିବାଳୟକୁ ଏକ ଚିଠି ପଠାଯାଇଛି। ପୂର୍ବରୁ ତାଙ୍କ ବିଷୟରେ ବହୁତ କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା।ରାଘବ ଚଢା ଗତ କିଛି ଦିନ ଧରି ଆପ ଏବଂ ଏହାର ଶୀର୍ଷ ନେତାମାନଙ୍କ ସହ ଜଡିତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ନୀରବ ରହିଥିବାର ଦେଖିବାକୁ ମିଳିଥିଲା । ଏହା ମଧ୍ୟରେ ଦଳ ତାଙ୍କୁ ଉପନେତା ପଦରୁ ହଟାଇ ଦେଇଛି। ଅନ୍ୟପଟେ ରାଘବ ଚଢାଙ୍କୁ ଉପନେତା ପଦରୁ ହଟାଇବା ଦଳ ଭିତରେ ଏକ ବଡ଼ ପରିବର୍ତ୍ତନ ଭାବରେ ଦେଖାଯାଉଛି।

Related Posts