ରାଉରକେଲା, (ସତ୍ୟପାଠବ୍ୟୁରୋ)- ଚାକିରି ଦେବାକୁ କହି ଯୁବତୀଙ୍କୁ ଉତ୍ତର ପ୍ରଦେଶରେ ବିକ୍ରି କରାଯାଇଥିବା ଅଭିଯୋଗ ହୋଇଛି। ଯୁବତୀ ଜଣକ ଖସି ଆସିଥିବାବେଳେ ପ୍ଲାଣ୍ଟ ସାଇଟ୍ ଥାନାରେ ଏନେଇ ଅଭିଯୋଗ କରିଛନ୍ତି। ରାଉରକେଲା ଗୋପବନ୍ଧୁ ପାଲିରେ ରହୁଥିବା ମାଆ ଛେଉଣ୍ଡ ଯୁବତୀକୁ ଚାକିରି ଦେବା ନାଁରେ ଦୁଇ ଲକ୍ଷ ଟଙ୍କାରେ ବିକ୍ରି କରିଥିବା ଅଭିଯୋଗ ହୋଇଛି। ମାଆ ନାହିଁ ବାପା ମଦୁଆ, ୨୦ ବର୍ଷୀୟ ଯୁବତୀ ଚାକିରି ପାଇଁ ସାଙ୍ଗ ସୁଜାତା ଭୁଁୟାକୁ କହିଥିଲେ। ଏକଥା ସୁଜାତା ତାର ଶାଶୁକୁ କହିଥିଲେ। ଶାଶୁ ଗାୟତ୍ରୀ ଝିଅକୁ ଘରକୁ ଡାକି କହିଥିଲେ ଉତ୍ତର ପ୍ରଦେଶ ଅଶୋକ ନଗରରେ ଛୁଆର ଯତ୍ନ ନେବା ସହ ଖାଇବା, ରହିବା ମାଗଣା ଓ ମାସକୁ ୧୮୦୦୦ ହଜାର ଦରମା, ଏଥିରେ ଯୁବତୀ ରାଜି ହୋଇଥିଲା।  ଗାୟତ୍ରୀ ଉତ୍ତର ପ୍ରଦେଶର ଅଖିଳେଶ ଗୋସ୍ୱାମୀ, ମହେନ୍ଦ୍ର ଗୋସ୍ୱାମୀଙ୍କ ନିକଟରେ ଯୁବତୀକୁ ଛାଡ଼ି ଦେଇଥିଲେ। କିଛି ଦିନ ପରେ ଯୁବତୀକୁ କାହା ସହିତ ବିବାହ କରାଇବାକୁ ଯୋଜନା କରୁଥିବା ଜାଣି ପାରିଥିଲେ। ଯୁବତୀକୁ ଅଖିଳେଶ, ମହେନ୍ଦ୍ର ୨ଲକ୍ଷ ଟଙ୍କାରେ କିଣି ଥିବା ଜାଣିବାକୁ ପାଇଥିଲେ। ସୁବିଧା ଦେଖି ଯୁବତୀ ଖସି ପଳାଇ ଆସିଥିଲେ। ଯୁବତୀ ଜଣକ ବିଜେପି ନେତ୍ରୀ ପ୍ରମିଳା ଦାସଙ୍କୁ ନିଜର ଅସହାୟତା ପ୍ରକାଶ କରିଥିଲେ। ପ୍ରମିଳାଙ୍କ ସହାୟତାରେ ପ୍ଲାଣ୍ଟ ସାଇଟ୍ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଯୁବତୀ ଜଣକ ପ୍ରମିଳାଙ୍କ ଘରେ ଆଶ୍ରୟ ନେଇଛନ୍ତି। ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।ଚାକିରି ଦେବାକୁ କହି ଯୁବତୀଙ୍କୁ ବିକ୍ରି !

ରାଉରକେଲା, (ସତ୍ୟପାଠବ୍ୟୁରୋ)- ଚାକିରି ଦେବାକୁ କହି ଯୁବତୀଙ୍କୁ ଉତ୍ତର ପ୍ରଦେଶରେ ବିକ୍ରି କରାଯାଇଥିବା ଅଭିଯୋଗ ହୋଇଛି। ଯୁବତୀ ଜଣକ ଖସି ଆସିଥିବାବେଳେ ପ୍ଲାଣ୍ଟ ସାଇଟ୍ ଥାନାରେ ଏନେଇ ଅଭିଯୋଗ କରିଛନ୍ତି। ରାଉରକେଲା ଗୋପବନ୍ଧୁ ପାଲିରେ ରହୁଥିବା ମାଆ ଛେଉଣ୍ଡ ଯୁବତୀକୁ ଚାକିରି ଦେବା ନାଁରେ ଦୁଇ ଲକ୍ଷ ଟଙ୍କାରେ ବିକ୍ରି କରିଥିବା ଅଭିଯୋଗ ହୋଇଛି। ମାଆ ନାହିଁ ବାପା ମଦୁଆ, ୨୦ ବର୍ଷୀୟ ଯୁବତୀ ଚାକିରି ପାଇଁ ସାଙ୍ଗ ସୁଜାତା ଭୁଁୟାକୁ କହିଥିଲେ। ଏକଥା ସୁଜାତା ତାର ଶାଶୁକୁ କହିଥିଲେ। ଶାଶୁ ଗାୟତ୍ରୀ ଝିଅକୁ ଘରକୁ ଡାକି କହିଥିଲେ ଉତ୍ତର ପ୍ରଦେଶ ଅଶୋକ ନଗରରେ ଛୁଆର ଯତ୍ନ ନେବା ସହ ଖାଇବା, ରହିବା ମାଗଣା ଓ ମାସକୁ ୧୮୦୦୦ ହଜାର ଦରମା, ଏଥିରେ ଯୁବତୀ ରାଜି ହୋଇଥିଲା।  ଗାୟତ୍ରୀ ଉତ୍ତର ପ୍ରଦେଶର ଅଖିଳେଶ ଗୋସ୍ୱାମୀ, ମହେନ୍ଦ୍ର ଗୋସ୍ୱାମୀଙ୍କ ନିକଟରେ ଯୁବତୀକୁ ଛାଡ଼ି ଦେଇଥିଲେ। କିଛି ଦିନ ପରେ ଯୁବତୀକୁ କାହା ସହିତ ବିବାହ କରାଇବାକୁ ଯୋଜନା କରୁଥିବା ଜାଣି ପାରିଥିଲେ। ଯୁବତୀକୁ ଅଖିଳେଶ, ମହେନ୍ଦ୍ର ୨ଲକ୍ଷ ଟଙ୍କାରେ କିଣି ଥିବା ଜାଣିବାକୁ ପାଇଥିଲେ। ସୁବିଧା ଦେଖି ଯୁବତୀ ଖସି ପଳାଇ ଆସିଥିଲେ। ଯୁବତୀ ଜଣକ ବିଜେପି ନେତ୍ରୀ ପ୍ରମିଳା ଦାସଙ୍କୁ ନିଜର ଅସହାୟତା ପ୍ରକାଶ କରିଥିଲେ। ପ୍ରମିଳାଙ୍କ ସହାୟତାରେ ପ୍ଲାଣ୍ଟ ସାଇଟ୍ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଯୁବତୀ ଜଣକ ପ୍ରମିଳାଙ୍କ ଘରେ ଆଶ୍ରୟ ନେଇଛନ୍ତି। ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।