ଭୁବନେଶ୍ବର, (ସତ୍ୟପାଠବ୍ୟୁରୋ) : ଅନ୍ତଃରାଜ୍ୟ ସହଯୋଗ ନେଇ ଛତିଶଗଡ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହୋଇଛି। ଭୁବନେଶ୍ୱରସ୍ଥିତ ଲୋକସେବା ଭବନଠାରେ ଛତିଶଗଡ଼ର ରାଜ୍ୟପାଳ ରମେନ ଡେକା ଏବଂ ରାୟପୁର ଉତ୍ତରର ବିଧାୟକ ପୁରନ୍ଦର ମିଶ୍ରଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତ ସମୟରେ ଦୁଇ ରାଜ୍ୟ ମଧ୍ୟରେ ଆନ୍ତଃରାଜ୍ୟ ସହଯୋଗ, ପାରସ୍ପରିକ ବିକାଶ, ଆଞ୍ଚଳିକ ସଂଯୋଗୀକରଣ ଏବଂ ଛତିଶଗଡ଼ରେ ରହୁଥିବା ଓଡ଼ିଆ ସମ୍ପ୍ରଦାୟର କଲ୍ୟାଣ ଓ ସାଂସ୍କୃତିକ ଆଦାନପ୍ରଦାନ ସମ୍ପର୍କରେ ସକାରାତ୍ମକ ଆଲୋଚନା ହୋଇଥିଲା।