ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଅନୁଗୁଳରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଜେଡିର ତୀବ୍ର ବିରୋଧ। ଆଜି ଧର୍ମେନ୍ଦ୍ର ଆଠମଲ୍ଲିକ ଗସ୍ତ କରୁଥିବା ସମୟରେ ନୂଆହତା ଠାରେ ଶତାଧିକ ବିଜେଡି କର୍ମୀ ‘GO BACK’ ନାରା ଦେଇ ବିରୋଧ କରିଥିଲେ। କିଛି ସମୟ ପାଇଁ ପୋଲିସ ଓ ବିଜେଡି କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ଉପୁଜିଥିଲା ।
ତେବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ପଦରୁ ଇସ୍ତଫା ଦେବାପରେ ଧର୍ମେନ୍ଦ୍ର ଗତକାଲି ରାତିରେ ଦ୍ଵିତୀୟଥର ପାଇଁ ଓଡିଶା ଗସ୍ତରେ ଆସିଛନ୍ତି । ଗତକାଲି ସେ ବିଳମ୍ବିତ ରାତିରେ ଭୁବନେଶ୍ୱରରେ ପହଁଚିଥିବା ବେଳେ ଏୟାରପୋର୍ଟରେ ବି ତାଙ୍କୁ ବିରୋଧ କରାଯାଇଥିଲା । ପ୍ରବଳ ବର୍ଷା ସତ୍ତ୍ୱେ ବହୁ ସଂଖ୍ୟାରେ ଯୁବ-ଛାତ୍ର ଧର୍ମେନ୍ଦ୍ରଙ୍କ ବିରୋଧରେ ନାରାବାଜି କରିଥିଲେ । NEET ପ୍ରଶ୍ନପତ୍ର ଲିକ ଓ ଏଥିପାଇଁ ଆତ୍ମହତ୍ୟା କରିଥିବା ଛାତ୍ରଛାତ୍ରୀଙ୍କ ନ୍ୟାୟ ଦାବିରେ ଧର୍ମେନ୍ଦ୍ରଙ୍କୁ ଏଭଳି ବିରୋଧ କରାଯାଉଛି।
