ରଣପୁର,(ସତ୍ୟପାଠ ବ୍ୟୁରୋ)- ଲାଞ୍ଚ ନେଉଥିବାବେଳେ ଧରା ପଡ଼ିଲେ ଜଙ୍କିଆ ଏଡିଇଓ । ନୟାଗଡ ଜିଲ୍ଲା ଦୁର୍ନୀତି ନିବାରଣ ବିଭାଗ ଦ୍ୱାରା ରଣପୁର ବ୍ଲକ ରାଜ ଜଙ୍କିଆ ଗ୍ରାମ ପଞ୍ଚାୟତ ଆକାଉଣ୍ଟ କମ୍ ଡାଟା ଏଣ୍ଟ୍ରି ଅପରେଟର ପ୍ରଶାନ୍ତ ଭଟ୍ଟ ଗିରଫ ହୋଇଥିବା ଜଣାପଡିଛି। ଶ୍ରୀ ଭଟ୍ଟ ରାଜ ଜଙ୍କିଆର ଅକ୍ଷୟ କୁମାର ମାଝୀଙ୍କ ଆବାସ ଯୋଜନାରେ ମନରେଗା ଓ ବୋନସ ଅର୍ଥ 42 ହଜାର ଟଙ୍କା ପାଇଁ 9 ହଜାର ଦାବି କରିଥିଲେ। ହେଲେ ପୂର୍ବରୁ ପାଞ୍ଚ ହଜାର ଟଙ୍କା ନେଇଥିବା ବେଳେ ଆଉ ବାକି 4 ହଜାର ନେଉଥିବା ବେଳେ ଜଙ୍କିଆ ପଞ୍ଚାୟତ କାର୍ଯ୍ୟାଳୟରେ ନୟାଗଡ ଦୁର୍ନୀତି ନିବାରଣ ବିଭାଗ ନିରୀକ୍ଷକ ବିରୁଆ ବାବୁ ତାଙ୍କୁ ଗିରଫ କରିଥିବା ଜଣା ପଡିଛି। ଭଟ୍ଟବାବୁ ଚମ୍ପାଗଡ ପଞ୍ଚାୟତ ଦାୟିତ୍ୱରେ ମଧ୍ୟ ଥିଲେ। ନିରୀକ୍ଷକ ବିରୁଆ ବାବୁ ଅଭିଯୁକ୍ତ ଭଟ୍ଟଙ୍କୁ ଗିରଫ କରି ଭୁବନେଶ୍ୱର ବିଭାଗୀୟ କାର୍ଯ୍ୟାଳୟକୁ ନେଇଥିବା ସୂଚନା ମିଳିଛି। ଲାଞ୍ଚ ଦେଇଥିବା ଅକ୍ଷୟ ମାଝୀ କୁହନ୍ତି ପ୍ରଥମେ ପାଞ୍ଚ ହଜାର ନେଇଥିଲେ ମଧ୍ୟ ବିଲ ପାଇଁ ବାରମ୍ବାର ଦୌଡ଼ାଇବାରୁ ସେ ଭିଜିଲାନ୍ସ ଦ୍ୱାରସ୍ଥ ହୋଇଥିଲେ।