ସୁବର୍ଣ୍ଣପୁର (ସତ୍ୟପାଠ ବ୍ୟୁରୋ): ପୋକରା ଭାତ ଖାଉଛନ୍ତି ପିଲା। ଏଭଳି ସାଂଘାତିକ ଅଭିଯୋଗ ଆସିଛି ସୁବର୍ଣ୍ଣପୁର ମଝିପଡ଼ାରେ ଥିବା ଉତ୍କଳ ବାଳାଶ୍ରମ ବିରୋଧରେ। କେବଳ ଏତିକି ନୁହେଁ ପିଲାମାନଙ୍କୁ କାମ କରିବା ପାଇଁ କର୍ତ୍ତୃପକ୍ଷ ବାଧ୍ୟ କରୁଛନ୍ତି, ଆଉ କାମ ନ କଲେ ଅତ୍ୟାଚାର କରାଯାଉଥିବା ନେଇ ଅଭିଯୋଗ ଆସିଛି। ଏନେଇ ଅଭିଯୋଗ କରିଛନ୍ତି ଖୋଦ ସିଡବ୍ଲୁସି ଅଧ୍ୟକ୍ଷ। ମଙ୍ଗଳବାର ସିଡବ୍ଲୁସି ଅଧ୍ୟକ୍ଷ ବାଳାଶ୍ରମ ପରିଦର୍ଶନ କରିବା ପାଇଁ ଯାଇଥିବାବେଳେ ସେଠାରେ ପିଲାଙ୍କୁ ଦିଆଯାଇଥିବା ଖାଦ୍ୟର ମାନ ଯାଞ୍ଚ କରିଥିଲେ। ପରସା ଯାଉଥିବା ଖାଦ୍ୟରେ ପୋକ ସାଲୁ ବାଲୁ ହୋଇଥିବା  ଦେଖିଥିଲେ। ଏହାକୁ ନେଇ ସେ ଉଦବେଗ ପ୍ରକାଶ କରିଥିଲେ। ତୁରନ୍ତ ଘଟଣାର ତଦନ୍ତ  କରି ଦୋଷୀ ବିରୋଧ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି। ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ କହିଛନ୍ତି,  ଖାଦ୍ୟ ଦେବା ପୂର୍ବରୁ  ମାନ ଯାଞ୍ଚ ହେବା ସହ ଗ୍ରୁପରେ ଫୋଟ ପଠାଇବା କଥା। ତେବେ କେଉଁ  ପରିସ୍ଥିତିରେ ଏଭଳି ଖାଦ୍ୟ  ଦିଆଯାଇଛି ତାହାର ନିହାତି ତଦନ୍ତ ହେବା ଆବଶ୍ୟକ ବୋଲି ସେ କହିଛନ୍ତି।