ଭୁବନେଶ୍ବର(ସତ୍ୟପାଠବ୍ୟୁରୋ): ବାଣୀବିହାର ଲ’ କଲେଜରେ ପ୍ରବଳ ଉତ୍ତେଜନା ଦେଖାଯାଇଛି। କଲେଜ ଅଧ୍ୟକ୍ଷ ଜୁନିୟର ଓ ସିନିୟରଙ୍କ ଭିତରେ ବିଭେଦ ସୃଷ୍ଟି କରୁଥିବା ନେଇ ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀ। ଏହାସହ ପିଲାଙ୍କୁ ୱେଲକମ, ଫେରୱେଲ ସହ ଅନ୍ୟ କାର୍ଯ୍ୟକ୍ରମ କରିବାକୁ ଦିଆଯାଉ ନଥିବା ଅଭିଯୋଗ ହେଉଛି। ପ୍ରତିବାଦରେ ଛାତ୍ରଛାତ୍ରୀମାନେ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏହାସହ ପିଲାମାନେ ଆଉ କିଛି ସଙ୍ଗୀନ ଅଭିଯୋଗ ଆଣିଛନ୍ତି, ଯେପରି କି ଠିକ ସମୟରେ ମାର୍କସିଟ ମିଳୁ ନଥିବା, ଭିତ୍ତିଭୂମିର ଅଭାବ, ଛାତ୍ରୀମାନଙ୍କ ପାଇଁ ୱାସରୁମର ଅଭାବ, କ୍ଲାସରୁମରେ ଫ୍ୟାନ ଅଚଳ ହେବା, ଅର୍ଥ ଥାଇ ଏସି ଲାଗି ପାରୁ ନାହିଁ। ଏପରିକି ଲାଇବ୍ରେରୀରେ ଆବଶ୍ୟକ ବହି ମିଳୁ ନଥିବା ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀ। ଅଧ୍ୟକ୍ଷ ଜାଣିଶୁଣି ଜୁନିୟର ଓ ସିନିୟରଙ୍କ ଭିତରେ ବିଭେଦ ସୃଷ୍ଟିକରୁଥିବା ପିଲାମାନେ ଅଭିଯୋଗ କରିଛନ୍ତି।
