ସମ୍ବଲପୁର, (ସତ୍ୟପାଠବ୍ୟୁରୋ): ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ବଢ଼ୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର। ଆଉ ୪ଟି ସ୍ଲୁଇସ୍ ଗେଟ୍ ଖୋଲା ଯାଇଥିବାବେଳେ ମୋଟ ୧୪ଟି ସ୍ଲୁଇସ୍ ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ହେଉଛି। ବାମପାର୍ଶ୍ୱର ୯ଟି ଓ ଡାହାଣପାର୍ଶ୍ୱର ୫ଟି ଗେଟ୍ ଖୋଲା ରହିଛି। ମଙ୍ଗଳବାର ଦିନ ୧୨ଟା ସୁଦ୍ଧା ଜଳଭଣ୍ଡାରର ଜଳସ୍ତର ୬୧୯.୯୭ ଫୁଟ୍‌ରେ ପହଞ୍ଚିଥିବାବେଳେ ମୋଟ ୧୦ଟି ସ୍ଲୁଇସ୍ ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ହେଉଥିଲା। ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଳ ଭଣ୍ଡାରର ଜଳସ୍ତର ବଢ଼ିବାରୁ ପୁଣି ଥରେ ଆଉ ୪ ଗେଟ ଖୋଲା ଯାଇଛି।