କେହି ଚାରି ଥର ବିବାହ କରିପାରିବେ ନାହିଁ; ଆମେ ବହୁତ ଜଲଦି UCC ଆଣିବୁ: ଅମିତ ଶାହା

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଆସାମ ନିର୍ବାଚନକୁ ନେଇ ରାଜ୍ୟରେ ବେଶ୍ ଚର୍ଚ୍ଚା । ଏହା ମଧ୍ୟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବଡ ବୟାନ ସାମ୍ନାକୁ ଆସିଛି । ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଆଦିବାସୀଙ୍କ ବିକାଶ ପାଇଁ ଏକ ରୋଡମ୍ୟାପ୍ ପ୍ରସ୍ତୁତ କରିଛନ୍ତି। ଏହି ରୋଡମ୍ୟାପ୍ କାର୍ଯ୍ୟକାରୀ କରିବା ପାଇଁ ହେଲେ ବିଜେପିକୁ ରାଜ୍ୟରେ କ୍ଷମତାକୁ ଫେରିବାକୁ ପଡିବ । ଏହା ସହ ଗୃହମନ୍ତ୍ରୀ କହିଛନ୍ତି ଯେ ଯଦି ବିଜେପି ଆସାମରେ କ୍ଷମତାକୁ ଆସେ, ତେବେ ଆମେ ୟୁସିସି ପ୍ରଚଳନ କରିବୁ । ଯାହାଫଳରେ କେହି ଚାରି ଥର ବିବାହ କରିପାରିବେ ନାହିଁ ବୋଲି କହିଛନ୍ତି। ଗୋଲପଡ଼ା ଜିଲ୍ଲାର ଦୁଧ ନଇରେ ହେଉଥିବା ଏକ ନିର୍ବାଚନୀ ରାଲିରେ ଅମିତ୍ ଶାହା କହିଛନ୍ତି ଯେ କଂଗ୍ରେସ ଆଜି ପର୍ଯ୍ୟନ୍ତ କୌଣସି ଆଦିବାସୀ ମହିଳାଙ୍କୁ ରାଷ୍ଟ୍ରପତି କରି ନାହିଁ । କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜଣେ ଆଦିବାସୀଙ୍କୁ ରାଷ୍ଟ୍ରପତି କରିଛନ୍ତି । କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ଏହା ଏଠାରେ ମୁଖ୍ୟମନ୍ତ୍ରୀ ଦୁଇଜଣଙ୍କ ପାଖରେ ଆଦିବାସୀ ଙ୍କ ବିକାଶର ରୋଡମ୍ୟାପ ରହିଛି । ଯଦି ତୃତୀୟ ଥର ପାଇଁ ଏଠାରେ ବିଜେପିକୁ ସୁଯୋଗ ମିଳେ ତାହେଲେ ଏଠାରେ ନିଶ୍ଚୟ ରୋଡମ୍ୟାପ୍ ଆଗକୁ ଯିବ ବୋଲି ଅମିତ୍ ଶାହା କହିଛନ୍ତି ।

Related Posts