ବୌଦ୍ଧ, (ସତ୍ୟପାଠ ବ୍ୟୁରୋ) : ବୌଦ୍ଧରେ ବେଆଇନ୍ ଗଞ୍ଜେଇ ଡିଲ୍ ପ୍ରସଙ୍ଗରେ ଅଡିଓ ଭାଇରାଲ ଘଟଣାକୁ ନେଇ ୨ ପୋଲିସ ଅଧିକାରୀଙ୍କ ଉପରେ କଡ଼ା ଆକ୍ସନ ନିଆଯାଇଛି। ଏସ.ଆଇ ପ୍ରାଣବନ୍ଧୁ ସାହୁଙ୍କୁ ନିଲମ୍ବିତ କରାଯାଇଥିବା ବେଳେ ହୋମଗାର୍ଡ ମାନଭଞ୍ଜନ ଜଗଦଲାକୁ ଚାକିରିରୁ ବରଖାସ୍ତ କରାଯାଇଥିବା ଗୁପ୍ତ ସୁତ୍ରରୁ ସୂଚନା ମିଳିଛି। ପୂର୍ବରୁ ପ୍ରାଣବନ୍ଧୁ ସାହୁଙ୍କୁ ବଘିଆପଡା ଥାନାରୁ ବଦଳି କରିଥିଲେ ଆରକ୍ଷୀ ଅଧିକ୍ଷକ।