ଗଞ୍ଜାମ(ସତ୍ୟପାଠବ୍ୟୁରୋ): ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ବାଲୁକେଶ୍ୱରପୁର ହାଇସ୍କୁଲ ସହକାରୀ ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ଶିକ୍ଷକ ଭବାନୀ ପ୍ରସାଦ ଦାସ ଗୁରୁତର ହୋଇଛନ୍ତି। କାଠଫାଳିଆରେ ତାଙ୍କୁ କେହି ଆକ୍ରମଣ କରିଥିବାବେଳେ ଆକ୍ରମଣର କାରଣ ଏବେ ବି ଅସ୍ପଷ୍ଟ ରହିଛି। ସୂଚନା ଅନୁସାରେ, ଆଜି ଶିକ୍ଷକ ଭବାନୀ ପ୍ରସାଦ ସ୍କୁଲକୁ ଆସୁଥିବା ବେଳେ ଫାଟକ ନିକଟରେ ଜଣେ ଯୁବକ ତାଙ୍କୁ ଅଟକାଇ ଗାଳିଗୁଲଜ କରିବା ସହ କାଠଫାଳିଆରେ ଆକ୍ରମଣ କରିଥିଲେ। ଆକ୍ରମଣରେ ଶିକ୍ଷକ ଗୁରୁତର ଆହତ ହୋଇଛନ୍ତି। ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଖଲ୍ଲିକୋଟ ମେଡିକାଲରେ ଭର୍ତ୍ତି କରାଯାଇଛି । ଆକ୍ରମଣ କରିଥିବା ଯୁବକଙ୍କୁ ସେ ଚିହ୍ନିନଥିବା କହିଛନ୍ତି । ଆକ୍ରମଣ ରେ ଶିକ୍ଷକ ଭବାନୀ ପ୍ରସାଦ ଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ଘଟଣାକୁ ନେଇ ତଦନ୍ତ ପରେ ଆକ୍ରମଣର ପ୍ରକୃତ କାରଣ ସ୍ପଷ୍ଟ ହେବ ।
