ମାଲକାନଗିରି (ସତ୍ୟପାଠବ୍ୟୁରୋ): ଚିତ୍ରକୋଣ୍ଡା ଅଞ୍ଚଳରେ ଜଣ୍ଡିସ ବ୍ୟାପୁଥିବା ଦେଖିବାକୁ ମିଳିଛି। ଦୁଷିତ ପାଣି ଯୋଗୁଁ ବିଭିନ୍ନ ଗାଁରେ ଛୋଟ ପିଲାଙ୍କଠୁ ଆରମ୍ଭ କରି ବଡ ଲୋକଙ୍କ ମଧ୍ୟରେ ବ୍ୟାପୁଛି ଜଣ୍ଡିସ ବା ହେପାଟାଇଟିସ ବ୍ୟାପୁଥିବା ଦେଖାଯାଇଛି। ହେଲେ ବିଡ଼ମ୍ବନାର ବିଷୟ ଏଠାକାର ଲୋକେ ମେଡିକାଲ ବଦଳରେ ରୋଗୀଙ୍କୁ ଦେଶୀ ଚିକିତ୍ସା କରୁଥିବା ଦେଖାଯାଇଛି। ବର୍ଷ ବର୍ଷ ଧରି ସରକାରୀ ହେପାଟାଇଟିସ ଚିକିତ୍ସାରୁ ବଞ୍ଚିତ ଚିତ୍ରକୋଣ୍ଡା ଅଞ୍ଚଳବାସୀ । ସରକାରୀ ରେକର୍ଡ ଅନୁସାରେ ଅଞ୍ଚଳରେ ବର୍ତ୍ତମାନ ୬ଜଣ ରୋଗୀ ଚିହ୍ନଟ ହୋଇଥିବା ବେଳେ ଏହାର ସଂଖ୍ୟା ଅଧିକ ଥିବା କୁହାଯାଉଛି। ଚିତ୍ରକୋଣ୍ଡା ହସ୍ପିଟାଲରେ ହେପାଟାଇଟିସ ଚିକିତ୍ସା ପାଇଁ କୌଣସି ବ୍ୟବସ୍ଥା ନଥିବା ବେଳେ ଲୋକେ ଦେଶୀ ଚିକିତ୍ସା ଉପରେ ଏବେ ନିର୍ଭର କରୁଥିବା ଦେଖିବାକୁ ମିଳିଛି ।