ରାୟଗଡା,( ସତ୍ୟପାଠବ୍ୟୁରୋ): ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ ବୁରୁନ୍ଦାବାଡି ନିକଟରେ ବିଷମକଟକ ଥେରୁବାଲି ରେଳ ଧାରଣାରେ ନିକଟରୁ ହାତୀର ମୃତଦେହ ଉଦ୍ଧାର ହୋଇଛି। ଟ୍ରେନ ଇଞ୍ଜିନ ଧକ୍କାରେ ଏହି ଦନ୍ତା ହାତୀର ଶୋଚନୀୟ ମୃତ୍ୟୁ ଘଟିଛି। ଖବର ପାଇ ଆରପିଏଫ ଓ ବନ ବିଭାଗ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଛି ତଦନ୍ତ ଆରମ୍ଭ କରିଛନ୍ତି। ତେବେ ବର୍ଷା ହେଉଥିବା ଯୋଗୁଁ ଉଦ୍ଧାର କାର୍ଯ୍ୟରେ ବିଳମ୍ବ ହେଉଥିବା ଜଣାପଡ଼ିଛି। ସୂଚନାରୁ ଜଣାପଡିଛି, ୩୧୨/୫-୭ କିଲୋମିଟର ନିକଟରେ ବ୍ୟାଙ୍କର୍ ଲାଇଟ୍ ଇଞ୍ଜିନ୍‌ ଦନ୍ତା ହାତୀ ଟିକୁ ଧକ୍କା ଦେଇଥିବା ସୂଚନା ମିଳିଛି I