ପରମାଣୁ ଶକ୍ତିରେ ଭାରତର ବଡ଼ ପ୍ରସ୍ତୁତି, ୧୯୦ଟି ପରମାଣୁ ଯୁଦ୍ଧାସ୍ତ୍ର ମହଜୁଦ September 10, 2026 | 8:09 PMSatya Pathaବଡ ଖବରଜାତୀୟଦେଶ ବିଦେଶମୁଖ୍ୟ ଖବର ନୂଆଦିଲ୍ଲୀ(ସତ୍ୟପାଠବ୍ୟୁରୋ): ‘ଅପରେସନ ସିନ୍ଦୂର’ ପରେ ପାକିସ୍ତାନ ସହ ଉତ୍ତେଜନାକୁ ଦୃଷ୍ଟିରେ ରଖି ଭାରତ ନିଜର ପରମାଣୁ ଶକ୍ତିକୁ ଆହୁରି ମଜବୁତ ଓ ଆଧୁନିକୀକରଣ କରୁଛି । ଭାରତ ପାଖରେ ବର୍ତ୍ତମାନ ୧୯୦ଟି ପରମାଣୁ ଯୁଦ୍ଧାସ୍ତ୍ର ଅଛି । ଏଥିମଧ୍ୟରୁ ୧୬୦ରୁ ଅଧିକ ଅସ୍ତ୍ର ପୂର୍ବରୁ ଥିବା କ୍ଷେପଣାସ୍ତ୍ର ପାଇଁ ଉଦ୍ଦିଷ୍ଟ ଏବଂ ବାକି ନୂତନ କ୍ଷେପଣାସ୍ତ୍ର ପାଇଁ ପ୍ରସ୍ତୁତ ହେଉଛି । ଆମେରିକୀୟ ଥିଙ୍କ୍ ଟ୍ୟାଙ୍କ୍ ‘ଫେଡେରେସନ ଅଫ୍ ଆମେରିକୀୟ ସାଇଣ୍ଟିଷ୍ଟ’ (FAS) ପକ୍ଷରୁ ଏନେଇ ରିପୋର୍ଟ ପ୍ରକାଶ ପାଇଛି। ସମୁଦ୍ରରେ ପରମାଣୁ ଆକ୍ରମଣର ମୁକାବିଲା ପାଇଁ ଭାରତ ନିଜର ପରମାଣୁ ସୁରକ୍ଷା କବଚ ନିର୍ମାଣ କରୁଛି ଏବଂ ଏହି କ୍ରମରେ ଏପ୍ରିଲ ୨୦୧୬ରେ ତୃତୀୟ ସ୍ୱଦେଶୀ ପରମାଣୁ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ବୁଡ଼ାଜାହାଜ ଆଇଏନ୍ଏସ୍ ଅରିଦମନକୁ କାର୍ଯ୍ୟକ୍ଷମ କରାଯାଇଛି । ୨୦୨୭ ଆରମ୍ଭ ସୁଦ୍ଧା ଭାରତ ପାଖରେ ପ୍ରାୟ ୭୩୦ କିଲୋଗ୍ରାମ ଅସ୍ତ୍ର–ଗ୍ରେଡ୍ ପ୍ଲୁଟୋନିୟମ୍ ରହିବ, ଯାହାଦ୍ୱାରା ଆଉ ୩୫ଟି ନୂଆ ବୋମା ପ୍ରସ୍ତୁତ କରାଯାଇ ମୋଟ ସଂଖ୍ୟା ୨୨୫କୁ ବୃଦ୍ଧି କରାଯାଇପାରିବ । ଏହି ରିପୋର୍ଟରେ ଭାରତର ଅଗ୍ନି–୫ କ୍ଷେପଣାସ୍ତ୍ରର ଉନ୍ନତିକରଣ ଏବଂ ନୂତନ ପରମାଣୁ–ସମର୍ଥ ଅସ୍ତ୍ରଶସ୍ତ୍ରର ବିକାଶ ବିଷୟରେ ମଧ୍ୟ ଉଲ୍ଲେଖ ରହିଛି ।
ଓରାଙ୍ଗଉଟାଙ୍ଗ ଉଦ୍ଧାର ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ, ଓଡ଼ିଶାକୁ ଟ୍ରାଞ୍ଜିଟ୍ ପଥ ହେବାକୁ ଦିଆଯିବନି September 10, 2026 | 8:24 PM
ବିଜେପିର ୭ ମୋର୍ଚ୍ଚା ପାଇଁ ପ୍ରଭାରୀ ନିଯୁକ୍ତ, ଓବିସି ମୋର୍ଚ୍ଚା ପ୍ରଭାରୀ ବୈଜୟନ୍ତ ପଣ୍ଡା September 10, 2026 | 8:14 PM