ବରଗଡ଼, (ସତ୍ୟପାଠବ୍ୟୁରୋ) : ବରଗଡ଼ ଜିଲ୍ଲା ଆଗଲପୁରର ସମିତିସଭ୍ୟ ଅଚ୍ୟୁତାନନ୍ଦ ନାୟକଙ୍କୁ ଗୁଳି କରି ହତ୍ୟା କରାଯାଇଛି। ବରପାଲି-ଆଗଲପୁର କେନାଲ ରୋଡ୍ରେ ଦୁର୍ବୃତ୍ତମାନେ ଫାୟାରିଂ କରିଥିବା ସୂଚନା ମିଳିଛି। ଗାଡ଼ିରେ ବସିଥିବା ସମୟରେ ଅଚ୍ୟୁତାନନ୍ଦଙ୍କୁ ଗୁଳି କରିଥିଲେ ଦୁର୍ବୃତ୍ତ। ଗୁଳିମାଡ଼ ପରେ ଘଟଣାସ୍ଥଳରେ ହିଁ ଟଳିପଡ଼ିଥିଲେ ଅଚ୍ୟୁତାନନ୍ଦ। ଏହି ଘଟଣା ପରେ କିଏ ଓ କାହିଁକି ଅଚ୍ୟୁତାନନ୍ଦଙ୍କୁ ଟାର୍ଗେଟ୍ କରିଛି ତାହା ଏବେ ସବୁଠାରୁ ବଡ଼ ପ୍ରଶ୍ନ ସୃଷ୍ଟି ହୋଇଛି। ରାଜନୈତିକ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଛି କି, ନା ରହିଛି ଅନ୍ୟ କୌଣସି ବ୍ୟକ୍ତିଗତ କିମ୍ବା ପୁରୁଣା ବିବାଦ ସେନେଇ ପୋଲିସ ଛାନଭିନ ଆରମ୍ଭ କରିଛି। ଘଟଣାକୁ ନେଇ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଥିବା ବେଳେ ଘଟଣାସ୍ଥଳରେ ପହଞ୍ଚି ପୋଲିସ ଛାନଭିନ୍ ଆରମ୍ଭ କରିଛି। ଦୁର୍ବୃତ୍ତମାନେ କେଉଁମାନେ, କେତେ ଜଣ ଥିଲେ ଏବଂ କେଉଁ ଉଦ୍ଦେଶ୍ୟରେ ଏହି ଗୁଳିକାଣ୍ଡ ଘଟାଇଲେ ସେନେଇ ତଦନ୍ତ ଚାଲିଛି ।
