ସୁନ୍ଦରଗଡ଼,(ସତ୍ୟପାଠବ୍ୟୁରୋ): ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ । ସୁନ୍ଦରଗଡ଼ କୋଇଡା ଥାନା କମଣ୍ଡୋ ଷ୍ଟିଲ ପ୍ଲାଣ୍ଟରେ ବଡ଼ଧରଣର ବ୍ଲାଷ୍ଟ ହୋଇଛି । SMS-2ରେ ଏହି ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି । ଏତେ ଜୋରରେ ବ୍ଲାଷ୍ଟ ହୋଇଥିଲା କି ୬ କିଲୋମିଟର ପର୍ଯ୍ୟନ୍ତ ବିସ୍ଫୋରଣର ଶବ୍ଦ ଶୁଣାଯାଇଥିଲା । SMS-2ରେ ଥିବା ଅନେକ ଶ୍ରମିକ ଆହତ ହୋଇଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି କୋଇଡ଼ା ପୁଲିସ । ତେବେ ମୃତାହତ ନେଇ ସ୍ପଷ୍ଟ ସୂଚନା ମିଳିପାରି ନାହିଁ । ଏନେଇ ମାଇନ୍ସ କର୍ତ୍ତୃପକ୍ଷ ଓ ସ୍ଥାନୀୟ ପ୍ରଶାସନର କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ। ବିସ୍ଫୋରଣ ପରେ ଭୟରେ ପ୍ଲାଣ୍ଟରେ କାମକରୁଥିବା କର୍ମଚାରୀ ବାହାରକୁ ଚାଲି ଆସିଥିଲେ ।
