ମାଲକାନଗିରି, (ସତ୍ୟପାଠବ୍ୟୁରୋ): ପୁଣି ସାମନାକୁ ଆସିଲା ଏଆଇ କୁମ୍ଭୀର । କଡ଼ା କାର୍ଯ୍ୟାନୁଷ୍ଠାନ ଚେତାବନୀ ଦେଲେ ଡିଏଫଓ। କୋରାପୁଟ ଜିଲ୍ଲା ପରେ ଏବେ ମାଲକାନଗିରି ଜିଲ୍ଲାରେ ସାମନାକୁ ଆସିଲା ଏଆଇ କୁମ୍ଭୀର। ସତିଗୁଡ଼ା ଜଳ ଭଣ୍ଡାରରେ ୩ଟି କୁମ୍ଭୀର ଓ ତାମସା ନଈରେ ଗୋଟିଏ କୁମ୍ଭୀର ଥିବା ଏଆଇ ପ୍ରସ୍ତୁତ ଫଟୋ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଛି। ତେବେ ଏହାକୁ ନେଇ ଲୋକେ ଆତଙ୍କିତ ନ ହବା ଲାଗି ମାଲକାନଗିରି ଡିଏଫଓ ପରାମର୍ଶ ଦେଇଥିବା ବେଳେ ଯେଉଁମାନେ ଏପରି ବିଭ୍ରାନ୍ତକାରୀ ଫଟୋ ପୋଷ୍ଟ କରି ଲୋକଙ୍କୁ ଆତଙ୍କିତ କରୁଛନ୍ତି, ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମାଲକାନଗିରି ଡିଏଫଓ କହିଛନ୍ତି। ପୂର୍ବରୁ କୋରାପୁଟ ଜିଲ୍ଲା ୟଜପରୁ ବ୍ଲକ ଅନ୍ତର୍ଗତ ବଡପଡା ଗାଁରେ ୧୦ ଫୁଟିଆ କୁମ୍ଭୀର ବୁଲୁଥିବା ଫଟୋ ଭାଇରାଲ କରି ୨ ଭାଇ ଗିରଫ ହୋଇଥିଲେ । ତେବେ ମାଲକାନଗିରି ଜିଲ୍ଲାରେ ମଧ୍ୟ ଏହି ଫଟୋ ଭାଇରାଲ କରିଥିବା ଅଭିଯୁକ୍ତକୁ ଖୋଜୁଛି ବନ ବିଭାଗ ।
