ଭୁବନେଶ୍ବର(ସତ୍ୟପାଠବ୍ୟୁରୋ): ଖୁବଶୀଘ୍ର ବଜାରକୁ ଆସିପାରେ ଓମଫେଡ ଆଇସକ୍ରିମ ଓ ପ୍ୟାକେଜ୍ଡ ପାଣି। ଭିନ୍ନ ଭିନ୍ନ ଫ୍ଲେବର ସହ ନୂଆ ରୂପରେ ଆଇସକ୍ରିମ ମାର୍କେଟକୁ ଆସିବା ନେଇ ନିଷ୍ପତ୍ତି ବୋଇଛି। ଏନେଇ ଓମଫେଡ ବୋର୍ଡ ସହ ଆଲୋଚନା ଚାଲିଥିବାବେଳେ ବୋର୍ଡର ଅନୁମୋଦନ ପରେ ଉଭୟ ଉତ୍ପାଦ ବଜାରରେ ଉପଲବ୍ଧ ହେବ ବୋଲି ମତ୍ସ୍ୟ ଓ ପ୍ରାଣୀସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି। ରାଜ୍ୟରେ କ୍ଷୀର, ଛେନା, ପନିରର ଅମିଶ୍ରଣ ଘଟଣା ସାମନାକୁ ଆସୁଥିବାବେଳେ ମନ୍ତ୍ରୀ ଓମଫେଡର ଗୁଣବତ୍ତା ନେଇ ମତ ରଖିଛନ୍ତି। ଓମଫେଡର ଉତ୍ପାଦର ଗୁଣବତ୍ତା ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି ଏବଂ ଏନେଇ ତ୍ରିସ୍ତରୀୟ ଯାଞ୍ଚ ବ୍ୟବସ୍ଥା ରହିଛି। ଅପମିଶ୍ରଣ ଧରାପଡ଼ିଲେ ନିୟମ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ବୋଲି ମନ୍ତ୍ରୀ କହିଛନ୍ତି। ଅନ୍ୟପଟେ, ଓମଫେଡ କ୍ଷୀର ଦର ଲିଟର ପିଛା ୨ ଟଙ୍କା ବୃଦ୍ଧି ହୋଇଥିବାରୁ ଏହାର ଲାଭ ଚାଷୀମାନେ ପାଇବେ ବୋଲି ମନ୍ତ୍ରୀ କହିଛନ୍ତି।
