ଦେବଗଡ଼, (ସତ୍ୟପାଠବ୍ୟୁରୋ): ଦେବଗଡ଼ ଜିଲ୍ଲା ରିଆମାଳ ଥାନା ରିଆମାଳ ସଦରମହକୁମାରେ େପ୍ରମିକା ଘର ବାରଣ୍ଡାରେ ପ୍ରେମିକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ବିଳମ୍ବିତ ରାତିରେ ପ୍ରେମିକାଙ୍କ ଘରେ ପଶିଥିବା ପ୍ରେମିକକୁ ପିଟି ପିଟି ମାରିବା ପରେ ପେଟ୍ରୋଲ ଢାଳି ଜାଳି ଦେଇଛନ୍ତି ପରିବାର ଲୋକେ। ମୃତ ପ୍ରେମିକ ହେଉଛନ୍ତି ବାବରାକୋଟ ଗାଁର ସିଲୁ ରାୟ (୨୮)। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସାଇଣ୍ଟିଫିକ ଟିମ୍ ସହାୟତାରେ ତଦନ୍ତ ଆରମ୍ଭ କରିଛି। ଅନ୍ୟପକ୍ଷରେ ପ୍ରେମିକା ସମେତ ୩ ଜଣ ଥାନାରେ ଅଟକ ଥିବା ସୂଚନା। ପୋଲିସ ସେମାନଙ୍କୁ ପଚରାଉଚରା କରିବା ଘଟଣାର ବିଭିନ୍ନ ଦିଗକୁ ନେଇ ତଦନ୍ତ ଜାରି ରହିଛି।
ସୂଚନାଯୋଗ୍ୟ, ସିଲୁ ଏବଂ ସମ୍ପୃକ୍ତ ଯୁବତୀଙ୍କ ମଧ୍ୟରେ ଗତ ଦୁଇ ବର୍ଷ ଧରି ପ୍ରେମ ସମ୍ପର୍କ ରହିଥିଲା। ନିକଟରେ ସେମାନେ ଘରୁ ଫେରାର ମଧ୍ୟ ହୋଇଯାଇଥିଲେ। କିନ୍ତୁ ଯୁବକ ନିର୍ଯାତନା ଦେଉଥିବା ଅଭିଯୋଗ କରି ଘରକୁ ଫେରି ଆସିଥିଲେ। ହେଲେ ଗତକାଲି ରାତିରେ ଯୁବକ ମଦ ପିଇ ପ୍ରେମିକାଙ୍କ ଘରେ ପଶି ପାଟିତୁଣ୍ଡ କରିଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ପ୍ରେମିକାଙ୍କ ପରିବାର ଲୋକ ପ୍ରଥମେ ସିଲୁକୁ ମାଡ଼ ମାରିଥିଲେ। ପରେ ହତ୍ୟା କରି ପେଟ୍ରୋଲି ଢ଼ାଳି ଜାଳି େଦଇଥିଲେ। ସ୍ଥାନୀୟ ଲୋକ ନିଆଁ ଦେଖି ଦମକଳ ବାହିନୀକୁ ଖବର ଦେଇଥିଲେ। ଦମକଳ ବାହିନୀ ପହଞ୍ଚି ନିଅଁାକୁ ଆୟତ୍ତ କରିଥିଲା। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ମେଡ଼ିକାଲକୁ ପଠାଇଛି।
